ଭୁଲବଶତଃ ଏକ ଭାରତୀୟ ମିସାଇଲ ପାକିସ୍ତାନ ସୀମାରେ ପଡିବା ଘଟଣା କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ | ପଂଜାବର ହଫିଜାବାଦ ଜେଲ ଗସ୍ତ କରି ର୍ୟାଲିକୁ ସମ୍ବୋଧନ କରିବା ସମୟରେ ସେ ପ୍ରଥମ ଥର ପାଇଁ ଭାରତୀୟ ମିସାଇଲକୁ ନେଇ ମନ୍ତବ୍ୟ ଦେଇଛନ୍ତି । ଆଉ ଏପରି କଥା କହିଛନ୍ତି ଯାହାକୁ ନେଇ ତାଙ୍କୁ ତାତ୍ସଲ୍ୟର ଶିକାର ହେବାକୁ ପଡିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ‘ଆମେ ଭାରତୀୟ ମିସାଇଲର ଜବାବ ଦେଇପାରିଥାନ୍ତୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ।’ ମାର୍ଚ୍ଚ ୯ ତାରିଖରେ ଭାରତୀୟ ସୁପରସୋନିକ ମିସାଇଲର ପରୀକ୍ଷଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର ଲାହୌର ଠାରୁ ୨୭୫ କିଲୋମିଟର ଦୂରରେ ପଡିଥିଲା । ଫଳରେ ସେଠିକାର ଏକ ଶୀତଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣାରେ କୌଣସି ଜୀବନହାନୀର ସୂଚନା ନାହିଁ ।

ଅପରପକ୍ଷେ ନିଜର ସତ୍ତା ରକ୍ଷା କରିବାକୁ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି ଇମ୍ରାନ । ତାଙ୍କୁ ଗାଦିରୁ ହଟାଇବାକୁ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ ।