ନାଟୋକୁ ଚେତାଇଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି: ତୁରନ୍ତ ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କର, ନଚେତ ନାଟୋ ଉପରେ ବୋମା ବର୍ଷା କରିପାରେ ରୁଷ ସେନା !

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି | ଏନେଇ ସେ ନାଟୋକୁ ଚେତାଇବାକୁ ଯାଇ କହିଛନ୍ତି ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ନକରାଗଲେ ନାଟୋ ଉପରେ ବୋମା ବର୍ଷା କରିପାରେ ରୁଷ ସେନା । ଯଦି ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଏ ତେବେ ଯାହା ଦ୍ୱାରା ରୁଷର ରକେଟ୍ ଓ ମିଜାଇଲ୍ ମାଡରୁ ଦେଶକୁ ରକ୍ଷା କରାଯାଇପାରିବ ।

ସୂଚନାଯୋଗ୍ୟ, ପୂର୍ବରୁ ବାରମ୍ବାର ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି । ଏବେ ନୂଆ ଭିଡିଓ ଜାରି କରି ନାଟୋକୁ ଚେତାଇଛନ୍ତି ଜେଲେନସ୍କି । ବର୍ତ୍ତମାନ ୟୁକ୍ରେନକୁ କବ୍ଚା କରିବା ପାଇଁ ଆକ୍ରମଣକୁ ଜୋରଦାର କରିଛି ଋଷ । ତିନି ଦିଗରୁ ଘେରି ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ଋଷ । ଆଗକୁ ୟୁକ୍ରେନ୍ ଉପରେ ଆକାଶମାର୍ଗରୁ ଆକ୍ରମଣ ହୋଇପାରେ ବୋଲି ଆଶଂକା କରି ନାଟୋକୁ ଚେତାଇଦେଇଛନ୍ତି ଜେଲେନସ୍କି |

ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ ଏହି କଥା କହିଛନ୍ତି । ୟୁକ୍ରେନର ଆକାଶରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ସେ ନାଟୋକୁ ମଧ୍ୟ ଅନୁରୋଧ କରିଛନ୍ତି । ଋଷର ଆକ୍ରମଣ ପୋଲାଣ୍ଡ ସୀମା ନିକଟରେ ଏକ ୟୁକ୍ରେନ ସାମରିକ ବେସକୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ଜେଲେନସ୍କିଙ୍କ ବିବୃତ୍ତି ଆସିଛି ।

Related Posts