(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆୟକର ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ଦେଖାଦେଇଥିବା ଅବ୍ଯବସ୍ଥା ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି କରିଥିବା ଟେକ୍ନୋଲୋଜି କମ୍ପାନୀ ଇନଫୋସିସର ସିଇଓ ତଥା ଏମଡି ସଲିଲ ପାରେଖଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜାରି କରିଛି ସମନ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ହାଜର ହେବାକୁ ସିଇଓ ସୁନୀଲ ପାରେଖଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ।
ଅଗଷ୍ଟ ୨୩ରେ ଅର୍ଥାତ୍ ଆଜି ସଲିଲ ପାରେଖଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆୟକର ବିଭାଗ ଟୁଇଟ କରି କହିଛି ଯେ, ଅଢେଇ ମାସ ପରେ ମଧ୍ୟ ନୂତନ ଇ-ଫାଇଲିଂ ପୋର୍ଟାଲ ଉପୁଜୁଥିବା ସମସ୍ୟାର ସମାଧାନ କାହିଁକି ହେଉ ନାହିଁ ତାହାର ଉତ୍ତର ଦେବାକୁ ଅର୍ଥ ମନ୍ତ୍ରଣାଳୟ ୨୩ ଅଗଷ୍ଟ ସୋମବାର ଦିନ ଇନଫୋସିସ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଲିଲ ପାରେଖଙ୍କୁ ଡାକିଛି। ଅଗଷ୍ଟ ୨୧ପୋର୍ଟାଲ ଆଦୌ ଉପଲବ୍ଧ ନାହିଁ।
ସୂଚନା ମୁତାବକ ନୂଆ ଇ-ଫାଇଲିଂ ପୋର୍ଟାଲ ଲଞ୍ଚ ହେବାର ପ୍ରାୟ ଅଢେଇ ମାସ ପରେ ବି ଏହି ପୋର୍ଟାଲରେ ଗ୍ଲିଚେସ ଆସୁଛି। ବେଳେବେଳେ ଏହି ପୋର୍ଟାଲ ବି ଖୋଲୁନାହିଁ । ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ହାଜର ହେବା ଲାଗି ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଯେ ଆୟକର ବିଭାଗର ନୂତନ ୱେବସାଇଟ ଜୁନ ୭ ରେ ଆରମ୍ଭ ହୋଇଥିଲା। ଏହା ଇନଫୋସିସ ଦ୍ୱାରା ବିକଶିତ ହୋଇଛି ଏବଂ ଏହାର ବିକାଶ ପାଇଁ ପ୍ରାୟ ୪୨୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସର୍ତ୍ତ ଅନୁସାରେ ନେକ୍ସଟ ଜେନେରେସନ ଇନକମ ଟାସ୍କ ଫାଇଲିଂ ସିଷ୍ଟମର ପ୍ରସେସିଂ ସୀମା ୬୩ ଦିନରୁ ଗୋଟିଏ ଦିନକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ପୋର୍ଟାଲ ତିଆରି ପାଇଁ ଇନଫୋସିସକୁ ଦାୟିତ୍ୱ ଦିଆଯାଇଥିଲା।
ତେବେ ଏହି ପୋର୍ଟାଲରେ ଗତ କିଛି ଦିନ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଛି, ଯାହା ପରେ ଅର୍ଥ ମନ୍ତ୍ରଣାଳୟ ଏହି କଠୋର ପଦକ୍ଷେପ ନେଇଛି। ଆରମ୍ଭରୁ, ଏହି ୱେବସାଇଟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ପ୍ରାୟ ଅଢେେଇ ମାସ ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ଆୟକର ବିଭାଗର ସମସ୍ତ କାର୍ଯ୍ୟ କେବଳ ଅନଲାଇନରେ କରାଯାଇଥାଏ। ଏଭଳି ପରିସ୍ଥିତିରେ ପୋର୍ଟାଲ କାମ ନ କରିବା ଯୋଗୁ ସମସ୍ୟା ଦେଖାଦେଇଥିବା କହିଛନ୍ତି।