ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍‌

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି। ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି। ଆୟ ବିଭାଗର ୨ ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଆୟକର ବିଭାଗ ଜିତୁଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

Related Posts