ପୁଅ ପ୍ରୀତିରେ ଦଳୀୟ କର୍ମୀଙ୍କୁ ଅଣଦେଖା, ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ଶିକାର ହେଲେ ଶଶିଭୂଷଣ ବେହେରା

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ଘରୋଇ ପାରିବାରିକ ବିବାଦ ପରେ ନିଜ ନିର୍ବାଚନ ମଣ୍ଡଳୀରେ ଦେଖା ଦେଲେ ହେଲେ ଅସନ୍ତୁଷ୍ଟ କର୍ମୀଙ୍କ ଠାରୁ ଅଣ୍ଡାମାଡ଼ ଖାଇଲେ ପୂର୍ବତନ ଅର୍ଥ, ଅବକାରୀ ମନ୍ତ୍ରୀ ତଥା ଏବେର କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା। ବିଧାୟକ ଶଶିଭୂଷଣଙ୍କ ସଭାମଞ୍ଚ ଉପରେ ପୁଣି ଥରେ ଅଣ୍ଡାମାଡ଼ ହୋଇଥିବା ଦେଖାଯାଇଛି।

ଗାନ୍ଧିଜୀଙ୍କ କେନ୍ଦ୍ରାପଡ଼ା ଇନ୍ଦୁପୁର ଆଗମନକୁ ସ୍ମରଣୀୟ କରିବା ପାଇଁ ଇନ୍ଦୁପୁର ପଞ୍ଚାୟତ ପକ୍ଷରୁ ଗାନ୍ଧୀଙ୍କ ସ୍ମୃତିରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଦୀର୍ଘଦିନ ପରେ ଶଶୀଭୂଷଣ ଦଳୀୟ କର୍ମୀଙ୍କ ପଟୁଆର ଓ ସୁରକ୍ଷା ବଳୟ ମଧ୍ୟରେ ସଭାମଞ୍ଚରେ ପହଞ୍ଚିଥିଲେ। ମଞ୍ଚ ତଳେ ଶଶୀଭୂଷଣଙ୍କ ପୁଅ ସତ୍ୟପ୍ରକାଶ ଓରଫ ଗୁଡୁ ବସିଥିବା ବେଳେ ସଭାମଞ୍ଚରେ ଗାନ୍ଧିଜୀଙ୍କ ଗୁଣଗାନ କରୁଥିଲେ ବିଧାୟକ ଶଶୀଭୂଷଣ। ଏହି ସମୟରେ ମଞ୍ଚ ସନ୍ନିକଟ ଏକ ଛାତ ଉପରୁ ଏକକାଳୀନ ଦୁଇ ତିନୋଟି ଅଣ୍ଡା ମଞ୍ଚ ନିକଟରେ ଆସି ପଡିବା ପରେ ସଭାସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା।ବିଧାୟକଙ୍କ ସମର୍ଥକ ଓ ପୋଲିସ ବାହିନୀ ଉକ୍ତ ଛାତ ଉପରକୁ ଯାଇ ଦେଖିବା ବେଳେ ଅଣ୍ଡା ମାଡ଼ କରିଥିବା ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଥିଲା।

ତେବେ ଦୀର୍ଘ ୪ ବର୍ଷ ଧରି ନିର୍ବାଚିତ ହେବା ପରେ କର୍ମୀଙ୍କୁ ଅଣଦେଖା କରି ପ୍ରତ୍ୟେକ କାର୍ଯ୍ୟରେ ପୁଅ ସତ୍ୟପ୍ରକାଶକୁ ନିଯୁକ୍ତ କରିବା ଓ ପ୍ରତ୍ୟେକ କାମରେ ଲାଭଖୋର ମନୋଭାବ ରଖିବା କାରଣରୁ ହିଁ ଆଜି ବିଧାୟକ ବିରୋଧର ଶିକାର ହେଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।ନିଜ ପାରିବାରିକ ବିବାଦ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନ ଥିବାରୁ ଏଭଳି ବିରୋଧ ହୋଇଥିବା ସାଧାରଣ ଲୋକେ କହୁଛନ୍ତି। ଅନ୍ୟପଟେ ବିଧାୟକ ଶଶୀଭୂଷଣ ବେହେରା ଗଣମାଧ୍ୟମକୁ ସାମ୍ନା ନକରି ନିଜ ସମର୍ଥକଙ୍କ ଆଢୁଆଳରେ ଚାଲିଯାଇଥିଲେ।ତେବେ ଜଣେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ହୋହାଲ୍ଲାକୁ ଶଶୀଭୂଷଣଙ୍କ ସମର୍ଥକମାନେ ଜବରଦସ୍ତି ବନ୍ଦ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଅଭିଯୋଗ କରିବାକୁ ଆସିଥିବା ଏଭଳି ଯୁବକଙ୍କୁ ଅଟକ ରଖିବା କେତେଦୂର ସମୀଚିନ ବୋଲି ପ୍ରଶ୍ନ ଉଠିଛି।

https://youtu.be/CE4v2F9WRHQ

Related Posts