ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଗୁରୁବାର ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି।
ତେବେ ମୋଟ୍ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ହେଉଛି ।
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୩ ଗେଟଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 32 ହଜାର 826 କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ବାମପଟର 5ଟି ଓ ଡାହାଣ ପଟର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଆଗକୁ ପରିସ୍ଥିତିକୁ ଦେଖି ଗେଟ୍ ପରିଚାଳନା କରାଯିବ ବୋଲି ସୂଚନା ଦେଇଛନ୍ତି ଜଳ ଭଣ୍ଡାର କର୍ତ୍ତୃପକ୍ଷ ।
