ପୁରୀ ମିଶ୍ର ନୋଳିଆ ସାହିରେ ଚାଲିଥିଲା ଧଳାଜହର ବ୍ୟବସାୟ: ୮ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ : ପୁରୀ ମିଶ୍ର ନୋଳିଆ ସାହିରେ ଚାଲିଥିଲା ଧଳାଜହର ବ୍ୟବସାୟ । ଏହି ଘଟଣାରେ ପୋଲିସ ତଦନ୍ତ କରି ୮ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବ୍ୟବସାୟୀ ରହିଛନ୍ତି ।

ବାସେଳୀ ସାହି ଥାନା ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏ ନେଇ ସାମବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।

୮ ଗିରଫଙ୍କ ମଧ୍ୟରେ ୫ ମହିଳା, ୩ ପୁରୁଷ ଅଛନ୍ତି । ମୋଟ୍ ୨୬୭ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଗିରଫଙ୍କ ନିକଟରୁ ୫ଟି ମୋବାଇଲ ସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି ।

Related Posts