ବିଜେଡିରେ ମିଶିବେ ସ୍ୱାଧୀନ କର୍ପୋରେଟର !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡି ବାଜି ମାରିଛି । ହେଲେ ଚଳିତ ଥର ବିଜେଡି ଦଳରେ ଟିକେଟକୁ ନେଇ କନ୍ଦଳ ଚାଲିଥିବାର ଖବର ସାମ୍ନାକୁ ଆସିଥିଲା । କିଏ ଟିକେଟ ନ ପାଇ ବିରୋଧୀ ଦଳରେ ମିଶିଯାଉଥିଲା ତ ଆଉ କିଏ ନିଜେ ସ୍ୱାଧୀନ ଭାବରେ ଛିଡ଼ା ହୋଇ ନିର୍ବାଚନ ଲଢ଼ୁଥିଲା । ଏହା ମଧ୍ୟରେ ରାଜଧାନୀରେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେମାନେ ସମସ୍ତେ ବିଜେଡି ପ୍ରାର୍ଥୀ । ଦଳରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବରେ ମଇଦାନରେ ଓହ୍ଲାଇଥିଲେ ।

ଦମଦାର ପ୍ରଚାର ସାଙ୍ଗକୁ ୱାର୍ଡରେ ବ୍ୟକ୍ତିଗତ ଲୋକପ୍ରିୟତା ପାଇଁ ସେମାନେ ବିଜୟୀ ହୋଇଛନ୍ତି । ସେପଟେ ଜିତିଥିବା ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିରେ ମିଶିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏପରିକି ବିଜୟୀ ହେବା ପରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିରେ ଯୋଗ ଦେବା ଲାଗି ଆଗ୍ରହ ପ୍ରକାଶ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts