ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ ନବନିର୍ବାଚିତ ବିଜେଡି ପ୍ରାର୍ଥୀ; ପ୍ରାର୍ଥୀଙ୍କ ସମେତ ୨ ଅଟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନରେ ବିଜୁ ଜନତା ଦଳ ବାଜି ମାରିଛି । ଏହା ମଧ୍ୟରେ ବିଜକ ଶୋଭାଯାତ୍ରାରେ ବନ୍ଧୁକରୁ ଗୁଳି ଫୁଟାଇ ଅଡ଼ୁଆରେ ନବନିର୍ବାଚିତ ବିଜେଡି କାଉନସିଲର କଇରୁ ସ୍ୱାଇଁ । ତେବେ ସୋନପୁର ପୌରପରିଷଦ ୯ ନମ୍ବର ୱାର୍ଡରୁ ଶ୍ରୀ ସ୍ୱାଇଁ ବିଜୟୀ ହେବା ପରେ ତାଙ୍କ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ । ଏହି ସମୟରେ ସେ ସର୍ବସାଧାରଣ ସ୍ଥାନରେ ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ବିଜେଡିର ବରିଷ୍ଠ ନେତା ହୋଇ ମଧ୍ୟ ଏପରି କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବିମାନେ ସ୍ପଷ୍ଟ କରିଛନ୍ତି ।

ସେପଟେ ଏହି ଘଟଣାରେ ପୁଲିସ ନବନିର୍ବାଚିତ କାଉନସିଲର ଶ୍ରୀ ସ୍ୱାଇଁ ଓ ତାଙ୍କ ସମୁଦି ସୋନପୁର ପେଲେସ ଗାର୍ଡେନର ରାମବାହାଦୁର ସିଂହଙ୍କୁ ସୋନପୁର ଥାନାରେ ଅଟକ ରଖିଛି । ସେହିପରି ଏହି ଘଟଣାକୁ ନେଇ ସୋନପୁର ଆଇଆଇସିଙ୍କୁ କୈଫିୟତ ତଲବ କରାଯିବ ବୋଲି ଏସପି ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Posts