ଭାରତ ବିଶ୍ଵ କୁ ଶାସନ କରିବାକୁ ଚାହେଁ ନାହିଁ; କାହିଁକିନା ଆମେ ‘ବସୁଦୈବ କୁଟୁମ୍ବକମ୍’ ରେ ବିଶ୍ୱାସ କରୁ : ରାଜନାଥ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ବିଶ୍ୱକୁ ଶାସନ କରିବାକୁ ଚାହେଁ ନାହିଁ । ଆମେ ସମଗ୍ର ବିଶ୍ଵକୁ ଏକ ପରିବାର ବୋଲି ମାନୁ ଓ ବସୁଦୈବ କୁଟୁମ୍ବକମରେ ବିଶ୍ୱାସ କରୁ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ନୂଆଦିଲ୍ଲୀରେ ‘ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନ୍ ଡିଫେନ୍ସ’ ଉପରେ ଏକ ଆଲୋଚନାରେ ଯୋଗଦେଇ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ଏପରି କହିଥିବାର ଦେଖିବାକୁ ମିଳିଛି । ସେପଟେ ଋଷର ରାଷ୍ଟ୍ରପତି ପୁଟିନଙ୍କ ଏକ ମନ୍ତବ୍ୟ ଉପରେ ରାଜନାଥ ଏପରି କହିଛନ୍ତି। ତେବେ କିଛି ସମୟ ପୂର୍ବରୁ ପୁଟିନ ଦେଇଥିବା ଏକ ଉକ୍ତି ମୋର ମନେ ପଡୁଛି। ଆପଣ ସମସ୍ତେ ଜାଣନ୍ତି ଋଷ ବୈଷୟିକ ଦୃଷ୍ଟିରୁ ଏକ ଉନ୍ନତ ଦେଶ | ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହା ଧୀରେ ଧୀରେ ଅଗ୍ରଗତି କରିଛି | ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ପୁଟିନ ଥରେ କହିଥିଲେ: ‘ଯିଏ ଏହି କ୍ଷେତ୍ରର ଶାସକ ହେବ, ସେ ଦିନେ ବିଶ୍ୱକୁ ଶାସନ କରିବ’ । ଆମେ ଏହି ଦିଗ ରେ ଆଗକୁ ବଢ଼ୁଛୁ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମର ପ୍ରାଥମିକତା ରେ ସବୁବେଳେ ରହିଛି ଓ ଆମକୁ ଏହି କ୍ଷେତ୍ର ରେ ଆହୁରି ଆଗକୁ ଯିବାର ଅଛି। କିନ୍ତୁ ଆମେ କେବେ ସାରା ବିଶ୍ଵ କୁ ଶାସନ କରିବାକୁ ଚାହିଁ ନହୁଁ କି ଚାହିଁବୁ ନାହିଁ ମଧ୍ୟ। ଆମେ ସାରା ବିଶ୍ଵ କୁ ଆମ ପରିବାର ବୋଲି ମାନି ଆସିଛୁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।

Related Posts