“ଶ୍ରୀଲଙ୍କା କୁ ସୈନ୍ୟ ପଠାଇବାର ଭାରତର କୌଣସି ଯୋଜନା ନାହିଁ” : ଭାରତୀୟ ଦୂତାବାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଶ୍ରୀଲଙ୍କା ଆମର ପଡୋଶୀ, ସେଠାକୁ ସୈନ୍ୟ ପଠାଇବାର କୌଣସି ଯୋଜନା ନାହିଁ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଗଣମାଧ୍ୟମ ରେ ପ୍ରଚାର ହେଉଥିବା ଏହି ଖବର ଭିତ୍ତିହୀନ ଏଭଳି ଖବରୁ ଗଣମାଧ୍ୟମ ବିରତ ରହୁ। ଶ୍ରୀଲଙ୍କା ରେ ଉପୁଜିଥିବା ଗୃହଯୁଦ୍ଧ ପରିସ୍ଥିତି ଉପରେ ନଜର ରଖିଥିବା କହିଛି ଭାରତୀୟ ଦୂତାବାସ। ଗତ ବର୍ଷ ମଧ୍ୟ ଏପରି ଗୁଜବ ଉଠିଥିଲା ଓ ଭାରତ ଏହାକୁ ଖଣ୍ଡନ କରିଥିଲା। ଏପରି ରିପୋର୍ଟ ଭାରତର ଆଭିମୁଖ୍ୟ କୁ ଦର୍ଶାଉ ନାହିଁ ବୋଲି କହିଛି ଶ୍ରୀଲଙ୍କା ସ୍ତିତ ଭାରତୀୟ ଦୂତାବାସ। ଏହା ପୂର୍ବରୁ ଭାରତ ଶ୍ରୀଲଙ୍କା ର ଲୋକ ଙ୍କ ସହ ରହିଛି ବୋଲି ସ୍ପଷ୍ଟ କରିସାରିଛି।

ସୂଚନା ଅନୁସାରେ ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି ।ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଛନ୍ତି । ଏହା ପୂର୍ବରୁ ଗୋଟାବାୟା ପଳାୟନ କରିଛନ୍ତି । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ମଧ୍ୟ ଲଗାଇଦେଇଥିଲେ ।

Related Posts