ଭାରତ କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ନୁହେଁ ବରଂ ଅର୍ଥନୀତିର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ କରୁଛି: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୨ କନ୍‌ଫରେନ୍‌ସ୍‌’କୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ବଜ଼ ବୟାନ ଦେଇଛନ୍ତି । ତେବେ ଉଦ୍‌ବୋଧନ ଦେବା ସମୟରେ, ନୂଆକରି ସୃଷ୍ଟି ହେଉଥିବା ‘ସେମିକଣ୍ଡକ୍ଟର୍‌’ କ୍ଷେତ୍ର ପାଇଁ ଭାରତ ଆକର୍ଷଣୀୟ ହେବାର ୬ଟି କାରଣ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ୬ଟି କାରଣ ମଧ୍ୟରେ ରହିଛି ୧.୩ କ‌ୋଟି ନାଗରିକଙ୍କୁ ସଂଯୋଗ କରିବା ଲାଗି ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ।

‘୫ଜି’ ଭଳି ଆଗାମୀ ପିଢ଼ିର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ, ସୁଦ୍ଧ ଇନ୍ଧନ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌’ ଇତ୍ୟାଦି। ଏହା ସହ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ପାଇଁ ବଳିଷ୍ଠ ଆର୍ଥିକ ବିକାଶ, ବ୍ୟବସାୟ ସହଜ ପାଇଁ ସଂସ୍କାର, ତରୁଣ ଭାରତୀୟଙ୍କ ଦକ୍ଷତାବିକାଶ ଏବଂ ତାଲିମ ପାଇଁ ବିପୁଳ ବିନିଯୋଗ କରାଯାଉଛି। ଏକବିଂଶ ଶତାବ୍ଦୀର ଆବଶ୍ୟକତା ନିମନ୍ତେ ଆଜି ଆମେ ଯୁବ ଭାରତୀୟଙ୍କ ଦକ୍ଷତା ବିକାଶ କରୁଛୁ। ବିଶ୍ବର ୨୦% ଇଞ୍ଜିନିୟର୍ ତିଆରି କରି ଆମେ ଅସାଧାରଣ ‘ସେମିକଣ୍ଡକ୍ଟର୍ ଡିଜାଇନ୍ ଟାଲେଣ୍ଟ୍‌’ର ଅଧିକାରି ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts