ଯୋଧପୁର(ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଯୋଧପୁର ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି।

ଯୋଧପୁର ବିମାନବନ୍ଦର ୨୩,୦୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହୋଇଥିବାବେଳେ ଏଠାରେ ବାର୍ଷିକ ୨୦ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାସହ ଆଧୁନିକ ଯାତ୍ରୀ ସୁବିଧା ସହିତ ସଜ୍ଜିତ ହୋଇଛି ବିମାନ ବନ୍ଦର। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଶୋଧିତ ଉଡ଼ାନ ୨.୦ ଯୋଜନାର ଶୁଭାରମ୍ଭ କରିଥିବାବେଳେ, ଯାହା ପାଇଁ ଆଗାମୀ ଦଶ ବର୍ଷ ମଧ୍ୟରେ ୨୮, ୮୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେ, ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଯୋଧପୁର ସାଂସଦ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଉପସ୍ଥିତ ଥିଲେ। ନୂତନ ଯୋଧପୁର ବିମାନବନ୍ଦର ଟର୍ମିନାଲକୁ ମୋଟ ୪୮୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି। ୨୩,୦୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ବିସ୍ତାରିତ, ଏହା ବାର୍ଷିକ ୨୦ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଆଧୁନିକ ଯାତ୍ରୀ ସୁବିଧାରେ ସଜ୍ଜିତ। ସରକାରୀ ବିବରଣୀ ଅନୁଯାୟୀ, ଟର୍ମିନାଲଟି ରାଜସ୍ଥାନର ରାଜକୀୟ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ, ଯେଉଁଥିରେ ସ୍ଥାନୀୟ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ତୋରଣ, ଗମ୍ବୁଜ ଏବଂ ଡିଜାଇନ୍ ମୋଟିଫ୍ ରହିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ଉଡେ ଦେଶ କି ଆମ୍ ନାଗରିକ (ଉଡାନ) ସ୍କିମ ଲଞ୍ଚ୍ କରିଛନ୍ତି। ୯ ବର୍ଷ ପୂର୍ବେ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା । ଗତ ଗୋଟିଏ ଦଶନ୍ଧି ହେବ ଏହି ଯୋଜନା ଲାଗି ୨୮,୮୪୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି । ପରିବତ୍ତିର୍ତ ଯୋଜନାରେ ସାରା ଦେଶରେ ଥିବା ୧୦୦ ଏୟାରଷ୍ଟ୍ରିପ୍‌କୁ ଉଡାନ ଏୟାରପୋର୍ଟ ଭାବେ ବିକଶିତ କରାଯିବ। ଏଥିରେ ୧୨ ହଜାର କୋଟି ଟଙ୍କା ନିବେଶ ହେବ। ସେହିଭଳି ଅପରେସନ ଆଣ୍ଡ୍ ମେଣ୍ଟେନାନ୍ସ (ଓଆଣ୍ଡ୍ଏମ୍) ଲାଗି ଅତିରିକ୍ତ ୨୫୦୦ କୋଟି ଟଙ୍କା ବିନିଯୋଗ ହେବ । ଆଗାମୀ କିଛି ବର୍ଷ ଧରି ଏସବୁ ସ୍ଥାନଗୁଡିକରେ ବିମାନ ଚଳାଚଳକୁ ଏହାଦ୍ୱାରା ସହାୟତା ମିଳିପାରିବ। ସେହିଭଳି ଉପାନ୍ତ ଏବଂ ପାହାଡିଆ ଅଞ୍ଚଳଗୁଡିକରେ ଆକାଶମାର୍ଗରେ ଯାତ୍ରା ଲାଗି ୨୦୦ ଅତ୍ୟାଧୁନିକ ହେଲିପ୍ୟାଡ୍ ସ୍ଥାପନ ହେବ। ପରିବର୍ତ୍ତିତ ଉଡାନ ଯୋଜନା ଲାଗି ୧୦ ହଜାର କୋଟିର ଭାୟାବିଲିଟି ଗ୍ୟାପ୍ ପାଣ୍ଠି ବ୍ୟବସ୍ଥା ହେବ।