ଭାରତ ଯୋଡ ଯାତ୍ରା; ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରାରେ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଗତ ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ମହାରାଷ୍ଟ୍ରରେ ପହଂଚିଛି । ଏହି ଯାତ୍ରା ବେଳେ ଅନେକ କଳାକାର, ସମାଜସେବୀମାନେ ରହୁଲ ଗାନ୍ଧୀଙ୍କ ସହ ଯୋଡି ହେଉଥିବା ବେଳେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କୁ ଏହି ଯାତ୍ରାରେ ରାହୁଲଙ୍କ ସହ ଦେଖିବାକୁ ମିଳିଥିଲା ।ତୁଷାର ଗାନ୍ଧୀ ଏହି ପଦଯାତ୍ରାରେ ଯୋଗ ଦେବା ପରେ କଂଗ୍ରେସ ଉଲ୍ଲସିତ ହୋଇପଡିଛି ।

ଜବାହରଲାଲ ନେହେରୁଙ୍କ ଅଣନାତି ରାହୁଲ ଗାନ୍ଧୀ ଓ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କୁ ଏକା ସାଂଗରେ ଦେଖିବା ପରେ ଏହାକୁ କଂଗ୍ରେସ ଭିନ୍ନ ଢଙ୍ଗରେ ବର୍ଣନା କରାଯଇଛି ।ଦଳ ତରଫରୁ ଏକ ଫୋଟୋ ଟ୍ୱିଟ କରାଯାଇଛି ଯେଉଁଥିରେ ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁ ଥିବାବେଳେ ଅନ୍ୟପଟେ ରାହୁଲ ଓ ତୁଷାର ରହିଛନ୍ତି । ଏହି ଟ୍ୱିଟରେ କଂଗ୍ରେସ ଲେଖିଛି ଯେ, ଏହା ଏକ ଐତିହାସିକ କ୍ଷଣ । ଦେଶର ସଙ୍କଟ ସମୟରେ ଗାନ୍ଧୀ ଓ ନେହେରୁ କାନ୍ଧରେ କାନ୍ଧ ମିଶାଇ ବାହାରିବେ ନାହିଁ ଏହା ଅସମ୍ଭଵ। ସ୍ୱାଧୀନତା ଆନ୍ଦୋଳନରୁ ଭାରତ ଯୋଡ ଆନ୍ଦୋଳନ ପର୍ଯ୍ୟନ୍ତର ରାସ୍ତା ସାକ୍ଷୀ ରହିଛି ସେତେବେଳେ ଗାନ୍ଧୀ-ନେହେରୁ ଦେଶକୁ ସ୍ୱାଧୀନତା ଦେଇଥିଲେ ଆଉ ଏବେ ଯୋଡିକି ଦେଖାଇବେ।

ସୂଚନା ଅନୁସାରେ, ମହାରାଷ୍ଟ୍ର ଦେଇ ଏହି ପଦଯାତ୍ରା ଆଜି ସକାଳ ୬ ଟାରେ ଓକୋଲା ଜିଲ୍ଲାର ବାଲାପୁର ଠାରେ ଚାଲୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ତୁଷାର ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା । ହେଲେ ତାହା ପୂର୍ବରୁ ତୁଷାର ଗାନ୍ଧୀ ଟ୍ୱିଟ୍ ମାଧ୍ୟମରେ ସେ ଭାରତ ଯୋଡ ଯାତ୍ରାରେ ସାମିଲ ହେଉଥିବା କଥା ସୂଚନା ଦେଇଥିଲେ । ଏଥିରେ ସେ ଲେଖିଥିଲେ କି ମହାରାଷ୍ଟ୍ରର ଶେଙ୍ଗାବ ହେଉଛି ତାଙ୍କର ଜନ୍ମସ୍ଥଳୀ ଓ ସେ ଏହିଠାରୁ ଭାରତ ଯୋଡ ଯାତ୍ରାରେ ଯୋଗଦେବେ ।

ଅନ୍ୟପଟେ ଆଜି ଏହି ପଦଯାତ୍ରାରେ ତୁଷାର ଗାନ୍ଧୀଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ମୁକୁଲ ବାସନିକ, ଦିପେନ୍ଦ୍ର ହୁଡା, ମିଲିନ୍ଦ ଦେବଡା, ମାଣିକରାଓ ଠାକରେ ପ୍ରମୁଖ ରାହୁଲଙ୍କ ସହ ଯୋଗ ଦେଇଥିଲେ ।

Related Posts