ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍ ଫାଇନାଲରେ ଭାରତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୩ ଦିନିକିଆ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍‌ ଫାଇନାଲରେ ପହଁଞ୍ଚିଲା ଭାରତ।

ବ୍ୟାଟସମ୍ୟାନ୍‌ଙ୍କ ଶାନଦାର ବ୍ୟାଟିଂ ସାଙ୍ଗକୁ ବୋଲର ଦମଦାର ବୋଲିଂ ବଳରେ ଭାରତ ୭୦ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ୨୦୧୧ ବିଶ୍ବକପ୍‌ ପରେ ଭାରତ ଫାଇନାଲରେ ପ୍ରବେଶ କରିଛି।ଅନ୍ୟପଟେ ନ୍ୟୁଜିଲାଣ୍ଡ ହାରିବା ସହିତ ବିଶ୍ବକପ୍‌ ଦୌଡ଼ରୁ ବାଦ ପଡ଼ିଛି। ଆଜିର ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୯୭ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୭ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ, ମହମ୍ମଦ ସିରାଜ୍ ଓ ଜସପ୍ରିତ୍ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Related Posts