ଏଣିକି ଟିଭିରେ ନୁହଁ, ଓଟିଟିରେ ଆସିବ ଦି କପିଲ ଶର୍ମା ଶୋ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛୋଟପରଦାରେ ସବୁଠୁ ଲୋକପ୍ରିୟ କମେଡ଼ି ଶୋ ହେଉଛି ଦି କପିଲ ଶର୍ମା ଶୋ । ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଶୋ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।

କପିଲ ଶର୍ମା ଶୋ’ ଦୀର୍ଘ ଦିନ ଧରି ପରଦାରେ ଆସୁନହିଁ ।ଯେଉଁଥିପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି । ଏହି ସୋ ଖୁବଶୀଘ୍ର ଆସିବାକୁ ଯାଉଛି । କିନ୍ତୁ ଏହି ସୋ ବର୍ତ୍ତମାନ ଟିଭିରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । କପିଲ ଶର୍ମା ତାଙ୍କ ଅଫିସିଆଲ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି ।

ଏହି ଶୋର ଏକ ପ୍ରୋମୋ ଖୁବ୍ ଭାଇରାଲ ହେବାରେ ଲାଗିିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, କପିଲ ଶର୍ମା ତାଙ୍କ ନୂଆ ଘର ଭିତରକୁ ଯାଇ ଫ୍ରିଜ ଖୋଲୁଛନ୍ତି । ଫ୍ରିଜ୍ ଖୋଲି କପିଲ କହୁଛନ୍ତି – ‘ମୁଁ ଆପଣଙ୍କୁ କହିଥିଲି ନା ନୂଆ ଘରେ ପୁରୁଣା ଜିନିଷ ରହିବା ଉଚିତ୍ ନୁହେଁ ବୋଲି । ଏହା ପରେ ସେ ଫ୍ରିଜ୍ ଖୋଲିବା ମାତ୍ରେ ଅର୍ଚ୍ଚନା ପୁରନ ସିଂ ତା ଭିତରେ ବସିଥିବାର ନଜରକୁ ଆସୁଛି । କପିଲ ଶର୍ମା ଚାକରକୁ ଗାଳି ଦେବା ମାତ୍ରେ ସେ ରାଜୀବ ଠାକୁର ବୋଲି ଜଣାପଡିଛି । ଏହା ପରେ କିକୁ ଶାରଦା, କୃଷ୍ଣ ଅଭିଷେକ ମଧ୍ୟ ଭିଡିଓରେ ନଜର ଆସିଛନ୍ତି । ତା’ପରେ କପିଲଙ୍କ ମ୍ୟାନେଜର ସେମାନଙ୍କୁ ହଟାଇବାକୁ କୁହନ୍ତି । ତା’ପରେ କପିଲ କୁହନ୍ତି – କିଛି ଅସୁବିଧା ନାହିଁ, ଘର ବଦଳାଇଛି ପରିବାର ନୁହେଁ ।

ଏହି ପ୍ରୋମୋ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଖୁବ ଲୋକପ୍ରିୟ ହେବାକୁ ଲାଗିଛି । ଏହି ପ୍ରୋମୋ ସହିତ କପିଲ କ୍ୟାପସନରେ ଲେଖିଛନ୍ତି – ‘କେବଳ ଘର ବଦଳିଛି, ପରିବାର ସେହି ପୁରୁଣା ଅଛି । ଆପଣ ନେଟଫ୍ଲିକ୍ସରେ ଏହି ଶୋ ଦେଖିପାରିବେ ।

Related Posts