ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣି ଥରେ ଚୁପ ରହିଲା ଭାରତ, ୟୁକ୍ରେନ୍ ର ମାନବୀୟ ସଙ୍କଟ ଉପରେ ରୁଷ୍ ଆଗତ କରିଥିବା ପ୍ରସ୍ତାବନାରେ ଦେଲାନି ଭୋଟ

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢୁଥିବା ଲାଗିଛି। ପରସ୍ପର ପରସ୍ପର ଜିଦ୍ ରେ ଅଟଳ ରହି ଆକ୍ରମଣ କରିଚାଲିଛନ୍ତି । ଏହାରି ମଧ୍ୟରେ ଭାରତ ପୂର୍ବ ଭଳି ନୀରବଦ୍ରଷ୍ଟା ସାଜିଛି । କାହାକୁ ଖୋଲା ଖୋଲି ସପୋର୍ଟ ନ କରି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିଜ ମତ ପ୍ରକାଶ କରିଆସୁଛି ।

ତେବେ ଏହାରି ମଧ୍ୟରେ ୟୁକ୍ରେନ୍ ର ମାନବୀୟ ସଙ୍କଟ ଉପରେ ରୁଷ୍ ଆଗତ କରିଥିବା ପ୍ରସ୍ତାବରୁ ନିଜକୁ ନିବୃତ ରଖିଛି ଭାରତ। ଭାରତ ଏବଂ ଜାତିସଂଘ ନିରାପତ୍ତା ପରିଷଦ୍ର ଆଉ ୧୨ଟି ଦେଶ ନିବୃତ୍ତ ରହିଛନ୍ତି। ରୁଷ୍ ଆଗତ କରିଥିବା ଉପରୋକ୍ତ ଚିଠା ପ୍ରସ୍ତାବର ସହ-ପ୍ରାୟୋଜକ ଥିଲେ ସିରିୟା, ଉତ୍ତର କୋରିଆ ଏବଂ ବେଲାରୁଷ୍ ।

ପାରିତ ହେବା ପାଇଁ ଆବଶ୍ୟକ କରୁଥିବା ୯ଟି ‘ସମ୍ମତି’ ଭୋଟ୍ (ୟେସ୍ ଭୋଟ୍ ) ନ ପାଇବାରୁ ବୁଧବାର ଦିନ ଏହା ପରିଷଦ୍ ରେ ଗୃହୀତ ହୋଇ ପାରିଲା ନାହିଁ। ରୁଷ୍ ଓ ଚୀନ୍ ଉକ୍ତ ପ୍ରସ୍ତାବନା ସପକ୍ଷରେ ଭୋଟ୍ ଦେଇଥିଲେ ବି ଉକ୍ତ ପ୍ରସ୍ତାବନା ବିପକ୍ଷରେ କୌଣସି ରାଷ୍ଟ୍ର ଭୋଟ୍ ଦେଇ ନ ଥିଲେ। ଭାରତ ଓ ବାକି ନିରାପତ୍ତା ପରିଷଦ୍ ସଦସ୍ୟମାନେ ଭୋଟ୍ ଦାନରୁ ନିବୃତ୍ତ ରହିଥିଲେ।

ଭାରତ ୟୁକ୍ରେନ୍ ରେ ମାନବୀୟ ସଂକଟ ଉପରେ ରୁଷିଆର ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଦୂରରେ ରହିଛି । ଭାରତ ଏହି ଯୁଦ୍ଧ ଠାରୁ ନିବୃତ୍ତ ରହିଛି । ଅର୍ଥାତ ଯୁଦ୍ଧକୁ ଭାରତ ସମର୍ଥନ କରିନାହିଁ । ଏହା ପୂର୍ବରୁ ମଧ୍ୟ ଭାରତ ୟୁଏନ୍ ରେ ୟୁକ୍ରେନ୍ ପ୍ରସଙ୍ଗରେ ରୁଷିଆ ବିରୋଧରେ ପଶ୍ଚାତ୍ୟ ଦେଶଗୁଡ଼ିକର ପ୍ରସ୍ତାବ ଠାରୁ ଦୂରରେ ରହିଥିଲା ।

ଭାରତ ସମେତ ମୋଟ ୧୩ଟି ଦେଶ ରୁଷିଆର ପ୍ରସ୍ତାବ ଉପରେ ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି । ରୁଷିଆ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାରୁଷର ସମର୍ଥନ ଉପସ୍ଥାପନ କରିଛି । କିନ୍ତୁ ଏହା ପାସ ହୋଇପାରି ନାହିଁ ।

Related Posts