ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ବିଷୟରେ ଭାରତୀୟ ଜନତା ପାର୍ଟିର ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ ଦେଇଥିବା ଏକ ବିବୃତ୍ତିକୁ ନେଇ ବର୍ତ୍ତାନ ଚର୍ଚ୍ଚା ଜୋର ଧରିଛି । ତେବେ ଆହ୍ଲାବାଦର ଉତ୍ତର ବିଧାନସଭା ଆସନରୁ ବିଧାୟକ ହର୍ଷବର୍ଦ୍ଧନ କହିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀ ଜନ୍ମ ହୋଇଥିଲେ, ଭଗବାନ ତାଙ୍କ କପାଳରେ ଏକ ମୋହର ଲଗାଇଥିଲେ । ଏବଂ ଯଦି ସେ ଓଲଟା କାମ ନକରନ୍ତି ତେବେ ସେ ଭାରତର ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ସେ ଓଲଟା କାମ କରିଛନ୍ତି । ତେଣୁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଜେପି ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ରାଜନୀତିରେ ପାଇଥିବା ପଦକୁ ନିୟନ୍ତ୍ରଣ କରିଛନ୍ତି । ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀଙ୍କୁ ଜନ୍ମରୁ ରାଜନୈତିକ ଉତ୍ତରାଧିକାରୀ ପଦ ମିଳିଥିଲା । ଯାହାକୁ ସେ ଠିକ ପରିଚାଳନା କରିପାରି ନାହାନ୍ତି ।
ତେଣୁ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଜେପି ବିଧାୟକ କହିଛନ୍ତି । ଅନ୍ୟପଟେ ହର୍ଷବର୍ଦ୍ଧନଙ୍କ ପିତାମାତା ମଧ୍ୟ ରାଜନୀତିରେ କଂଗ୍ରେସ ପୃଷ୍ଠଭୂମିରୁ ଆସିଛନ୍ତି। ଏହା ସହ ବିଜେପି ନୂଆ କଂଗ୍ରେସ ଭଳି। କାହିଁକିନା ପୂର୍ବରୁ ଯେମିତି ପୁରା ଭାରତ କଂଗ୍ରେସ ସହ ଲଢ଼ୁଥିଲା । ବର୍ତ୍ତମାନ ବିଜେପି ସହ ସମସ୍ତେ ଲଢ଼ୁଥିବାର ଦେଖିବାକୁ ମିଳିଛି । ସେପଟେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୁଁ ମୋ ପରିବାରରୁ ପାଇଥିବା ରାଜନୈତିକ ଉତ୍ତରାଧିକାରର ଯତ୍ନ ନେଇଛି ବୋଲି ବିଜେପି ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।