ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ; ଶେୟସ୍‌ ଆୟରଙ୍କ ଦମଦାର ଶତକ, ୭ ଉଇକେଟ୍‌ରେ ମ୍ୟାଚ୍ ଜିତିଲା ଭାରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ୨୭୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତ ୪୫.୫ ଓଭରରେ ମାତ୍ର ୩ ଉଇକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି।ଶେୟସ୍‌ ଆୟରଙ୍କ ଦମଦାର ଶତକ ବଳରେ ଭାରତ ଏହି ମ୍ୟାଚ୍ କୁ ହାତେଇ ନେଇଛି। ସେ ୧୧୧ ବଲ୍‌ରୁ ୧୧୩ ରନ୍‌ର ପାଳ ଖେଳି ଅପରାଜିତ ରହିଥିଲେ। ଏହାସହ ଇଶାନ କିଶନ ମଧ୍ୟ ଚମତ୍କାର ବ୍ୟାଟିଂ ୮୪ ବଲ୍‌ରୁ ୯୩ ରନ୍‌ର ପାଳି ଖେଳିଥିଲେ ମଧ୍ୟ ଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ଭାରତ ପକ୍ଷରୁ ଅଧିନାୟକ ଶିଖର ଧାଓ୍ବନ ୧୩, ଶୁଭମନ ଗିଲ ୨୮ ରନ୍‌ କରିଥିଲେ। ସଞ୍ଜୁ ସାମସନ ୩୦ ରନ୍‌ରେ ଅପରାଜିତ ରହିଥିଲେ। ଏହି ବିଜୟ ସହ ସିରିଜ୍‌ ୧-୧ରେ ବରାବର ହୋଇଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ୯ ରନ୍‌ରେ ଜିତିଥିଲା।

ରାଞ୍ଚିରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଉଇକେଟ ହରାଇ ୨୭୮ ରନ ସଂଗ୍ରହ କରିଥିଲା। ଆଫ୍ରିକା ପାଇଁ ରେଜା ହେଣ୍ଡ୍ରିକ୍ସ (୭୪) ଏବଂ ଅଇଦାନ ମାର୍କ୍ରାମ (୭୯) ଅର୍ଦ୍ଧଶତକ ଖେଳିଥିଲେ। ୩୦ ଓଭରରେ ୧୫୭ ରନ ସ୍କୋର କରିବା ପରେ ଦକ୍ଷିଣ ଆଫ୍ରିକା ଏକ ବଡ଼ ସ୍କୋର ଆଡକୁ ଯାଉଥିଲା, କିନ୍ତୁ ଭାରତୀୟ ବୋଲରମାନେ ରନ ହାରକୁ ନିୟନ୍ତ୍ରଣ କରିଥିଲେ। ଭାରତ ପକ୍ଷରୁ ସିରାଜ ସର୍ବାଧିକ ୩ଟି ଉଇକେଟ୍‌ ନେଇଥିବାବେଳେ ଓ୍ବାଶିଂଟନ ସୁନ୍ଦର, ଶେହବାଜ ଅହମ୍ମଦ, କୂଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଅକ୍ଟୋବର ୧୧ରେ ଖେଳାଯିବ।

Related Posts