ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ବନୱାରୀ ଲାଲ୍ ଶର୍ମାଙ୍କ ପରଲୋକ

ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ବନୱାରୀ ଲାଲ୍ ଶର୍ମାଙ୍କ ଦେହାନ୍ତ ହୋଇଛି । ରବିବାର ୭୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜୟପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବନୱାରୀ। ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ଗତକାଲି ତାଙ୍କୁ ରାଜସ୍ଥାନର ଏସ୍‌ଏମ୍ଏସ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସା ବେଳେ ତାଙ୍କର ପରଲୋକ ଘଟିଛି।

ହସ୍‌ପିଟାଲ୍‌ରୁ ତାଙ୍କ ମରଶରୀରକୁ ତାଙ୍କ ବାସଭବନ ହନୁମାନ ନଗରକୁ ନିଆଯାଇଛି। ବିଦ୍ୟାଧର ନଗର ବ୍ରାହ୍ମିନ୍ ମହାସଭା ବିଲ୍‌ଡିଂରେ ତାଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯିବ। ସୋମବାର ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ବନୱାରୀ ଲାଲ୍ ଶର୍ମା ୧୯୪୫ ମସିହା ଏପ୍ରିଲ ୧୭ ତାରିଖରେ ରାଜସ୍ଥାନ ଚୁରି ଜିଲ୍ଲା ଜୈତସିସର ଗାଁରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୭ ବର୍ଷର ରାଜନୀତିରେ ପାଦ ଦେଇଥିବା ଶର୍ମା, ରାଜସ୍ଥାନ ରାଜନୀତିରେ ଜଣେ ଟାଣୁଆ ଚେହେରା ଥିଲେ। ୧୯୬୨ରେ ସେ ଜୈତସିସର ଗ୍ରାମ ପଞ୍ଚାୟତରେ ପ୍ରଥମେ ସରପଞ୍ଚ ନିର୍ବାଚନ ଜିତିଥିଲେ।

୧୯୬୨ରୁ ୧୯୮୨ ପର୍ଯ୍ୟନ୍ତ ସରପଞ୍ଚ ରହିବା ପରେ ସରଦରଶହର ପଞ୍ଚାୟତ ସମିତି ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଶ୍ରୀ ଶର୍ମା ୧୯୮୫ରେ ଲୋକ ଦଳରୁ ରାଜସ୍ଥାନ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ପରେ ଜନତା ଦଳ ପାର୍ଟିର ଯୋଗ ଦେଇଥିଲେ। ୧୯୯୦ରେ ସେ ପୁଣିଥରେ ବିଧାନସଭା ନିର୍ବାଚନ ଜିତିଥିଲେ।

ରାଜସ୍ଥାନରେ କଂଗ୍ରେସ ସରକାର ତାଙ୍କୁ ଇନ୍ଦିରା ଗାନ୍ଧୀ କେନାଲ ପ୍ରୋଜେକ୍ଟ ମନ୍ତ୍ରୀ କରିବା ସହିତ ୧୯୯୬ରେ ରାଜସ୍ଥାନ ଉପନିର୍ବାଚନ ବିଜୟୀ ହୋଇଥିଲେ। ଏହାପରେ କଂଗ୍ରେସ ଟିକେଟ୍‌ରୁ ୧୯୯୮, ୨୦୦୩, ଏବଂ ୨୦୧୩ ଏବଂ ୨୦୧୮ରେ ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି। ଆଜି ତାଙ୍କ ବିୟୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଶୋକ ପ୍ରକାଶ କରିଛନ୍ତି

Related Posts