ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌: ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟରେ ରୋହିତ ବାହିନୀ

ଗୌହାଟି : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଭାରତ ବିଜୟ ହାସଲ କରି ଆଗୁଆ ଥିବା ବେଳେ, ଆଜି ୨ୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । କିନ୍ତୁ ସେପଟେ ମଧ୍ୟ ଭ୍ରମଣକାରୀ ଦଳ କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତ ।

ତେବେ ରବିବାରର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ଯଦି ଭ୍ରମଣକାରୀ ଦଳ ଆଜିର ମ୍ୟାଚ୍‌ ହାରିଯାଏ, ତେବେ ସିରିଜ୍‌କୁ ବି ହାତଛଡ଼ା କରିଦେବ । କିନ୍ତୁ ରୋହିତ ବାହିନୀ ପାଇଁ ଏକ ସୂର୍ବଣ୍ଣ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍‌ ୨ୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା କରୁଛି । ତେବେ ଭାରତୀୟ ଟିମ୍‌ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ସିରିଜ୍‌ ବିଜୟୀ ହେବ ।

ସେପଟେ ପ୍ରଥମ ମ୍ୟାଚ୍‌ ପରେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନର ସମ୍ଭାବନା କମ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂହ ଓ ଦୀପକ ଚହର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ଅଭିଜ୍ଞ ଯଶପ୍ରିତ୍‌ ବୁମ୍‌ରାହଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ । ଓପନର ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାରି ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମୁଖ୍ୟ ଆକର୍ଷଣ ରହିଥିଲେ । ଆଗକୁ ବିଶ୍ୱକପ୍‌ ଥିବାରୁ ଦିନେଶ କାର୍ତ୍ତିକ ଓ ରିଷଭ ପନ୍ଥଙ୍କ ଉପରେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟର ଖାସ୍‌ ନଜର ରହିଛି ।

ସେହିପରି ପ୍ରଥମ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ହୋଇଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ୨ୟ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିବାର ସମ୍ଭାବନା ରହିଛି ।

Related Posts