ଲଢୁଆ ବିମାନକୁ ସୀମାଠାରୁ ଦୂରରେ ରଖିବାକୁ ଚୀନକୁ ଚେତାବନୀ ଦେଲା ଭାରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ପୂର୍ବ ଲଦ୍ଧାଖ ସୀମା ନିକଟରେ ଯୁଦ୍ଧ ବିମାନ ନଉଡାଇବା ନେଇ ଚୀନକୁ ଚେତାବନୀ ଦେଇଛି ଭାରତ । ଚୀନର ଲଢୁଆ ବିମାନକୁ ସୀମାଠାରୁ ଦୂରରେ ରଖିବାକୁ କହିଛି ଭାରତ । ଚୀନ୍ ତାଇୱାନ୍ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଚୀନକୁ ଭାରତ ଏଭଳି ଚେତାବନୀ ଦେଇଛି । ଏହା ସହିତ ଭାରତ ଏହି ମୁଦ୍ଦା ନେଇ ଏକ ସୈନ୍ୟ ସ୍ତର ବୈଠକରେ ଆଲୋଚନା କରିଛି । ପୂର୍ବ ଲଦ୍ଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇ ଚୀନର ଭାରତକୁ ଉସକାଇଲା ଭଳି କାମକୁ ସେନା ପକ୍ଷରୁ ବିରୋଧ କରିଛି । ସବୁଠୁ ବଡକଥା ହେଉଛି ଏହି ବୈଠକରେ ପ୍ରଥମଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାରଫୋର୍ସ କମାଣ୍ଡର ।ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଏହି ବୈଠକରେ ଭାରତ ଚୀନକୁ ସଫା ସଫା କହିଦେଇଛି, ଲଢୁଆ ବିମାନ ଉଡାଇବା ବେଳେ ନିଜ ସୀମାର ରହୁ ଚୀନ୍ । ଏହା ସହିତ ଏଲଏସି ଠାରୁ ୧୦ କିମି ଦୂରତା ବଜାୟୀ ରଖୁ ।ତେବେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଚିଫ୍ ମାର୍ସଲ ବିଆର ଚୌଧୁରୀ କହିଛନ୍ତି, ଭାରତ ଏଲଏସି ବାହାରେ ଚୀନର ଗତିବିଧୀ ଉପରେ ନଜର ରଖିଛି । ଯଦି ସୀମାରେ ଚୀନର କୌଣସି ଅପ୍ରିତିକର ଗତିବିଧୀ ନଜର କରିବୁ ତାହେଲେ ଭାରତ ତାର ଲଢୁଆ ବିମାନକୁ ସୀମାରେ ମୁତୟନ କରିଦେବ । ରାଡାର ସିଷ୍ଟମକୁ ଆହୁରି ମଜଭୁତ କରିଦିଆଯାଇଛି । ଚୀନ୍ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଚିଫ୍ ମାର୍ସଲ

Related Posts