ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରିଛି ବିସିସିଆଇ । ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ୟ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୧ ରେ ବିରାଟ ବାହିନୀ ଏକ ନୂତନ କିଟ୍ରେ ନଜର ଆସିବେ। ବିସିସିଆଇ ଏକ ଟ୍ୱିଟ୍ କରି ଜର୍ସିର ଉନ୍ମୋଚନ କରିବା ସହିତ ଲେଖିଛି ବିଲିୟନ ଖୁସିର ଜର୍ସି ଉପସ୍ଥାପନ ହେଲା! ଜର୍ସିରେ ଥିବା ଢାଞ୍ଚାଗୁଡ଼ିକ ପ୍ରଶଂସକଙ୍କ ବିଲିୟନ ଖୁସି ଦ୍ୱାରା ଅନୁପ୍ରାଣିତ ହୋଇଛି ବୋଲି ବିସିସିଆଇ ଟ୍ୱିଟ୍ କରିଛି।

ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଏବଂ ରାଉଣ୍ଡ- ୨ର ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ ୨ରେ ସ୍ଥାନ ପାଇଛି। ଭାରତ ଅକ୍ଟୋବର ୨୪ ରେ ଦୁବାଇରେ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ।

ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବା ପରେ ଭାରତ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ବିପକ୍ଷରେ ଅକ୍ଟୋବର ୩୧ ଏବଂ ନଭେମ୍ବର ୩ ରେ ଦୁବାଇ ଏବଂ ଆବୁଧାବିରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ ଏବଂ ଦୁଇ ଯୋଗ୍ୟତା ପର‌୍ୟ୍ୟାୟ ବିପକ୍ଷ ଖେଳ ନଭେମ୍ବର ୫ ଏବଂ ନଭେମ୍ବର ୮ ରେ ଦୁବାଇରେ ଅନୁଷ୍ଠିତ ହେବ ।

Related Posts