ବିଦେଶରେ ବଢ଼ୁଛି ଭାରତୀୟଙ୍କ ଦବଦବା: ବ୍ୟାଙ୍କ ଅଫ୍ ଇଂଲଣ୍ଡ ଇଣ୍ଟ୍ରେଷ୍ଟ ରେଟ୍ ସେଟିଂ କମିଟିର ବାହ୍ୟ ସଦସ୍ୟ ଭାବେ ଡ. ସ୍ୱାତୀ ଧିଙ୍ଗ୍ରା ନିଯୁକ୍ତ

ଲଣ୍ଡନ: ବିଦେଶରେ ବେଶ୍ ନାଁ ଅର୍ଜନ କରୁଛନ୍ତି ଭରତୀୟ । ଭାରତୀୟଙ୍କ ଦବଦବା ଏବେ ବିଦେଶରେ ବେଶ୍ ଅଧିକ ରହିଛି । ବ୍ରିଟେନ୍‌ରେ ଆଉ ଜଣେ ମୂଳଭାରତୀୟଙ୍କୁ ବଡ଼ ନିଯୁକ୍ତି ମିଳିଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ଇଣ୍ଟ୍ରେଷ୍ଟ ରେଟ୍ ସେଟିଂ କମିଟିର ବାହ୍ୟ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ବିଶିଷ୍ଟ ଶିକ୍ଷାବିତ ମୂଳଭାରତୀୟ ଡ. ସ୍ୱାତୀ ଧିଙ୍ଗ୍ରା। ପ୍ରଥମ ମୂଳଭାରତୀୟ ମହିଳା ଭାବେ ସ୍ୱାତୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିଛି।

ସ୍ୱାତୀ ଧିଙ୍ଗ୍ରା ଲଣ୍ଡନ ସ୍ଥିତ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ(ଏଲ୍‌ଏସ୍‌ଇ)ରେ ଇକୋନୋମିକ୍ସ ପ୍ରଫେସର ଭାବେ କାର୍ଯ୍ୟରତ। ସେ ଅନ୍ତର୍ଜାତୀୟ ଅର୍ଥନୀତି ଓ ବ୍ୟବହାରିକ ମାଇକ୍ରୋଇକୋନୋମିକ୍ସ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ଦିଲ୍ଲୀ ୟୁନିଭର୍ସିଟି ପାଠ ପଢ଼ିଥିବା ସ୍ୱାତୀ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଅଗଷ୍ଟ ୯ ତାରିଖରେ ସେ ୩ ବର୍ଷ ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ମନିଟାରୀ ପିଲିସ କମିଟି(ଏମ୍‌ପିସି) ନିଯୁକ୍ତି ହେବେ।

ବ୍ରିଟେନ୍‌ର ମୁଦ୍ରା ନୀତି କିପରି ପରିଚାଳନା ହେବ ଏଥିପାଇଁ ନିଷ୍ପତ୍ତି ନେବାକୁ ଏମ୍‌ପିସିକୁ ସ୍ୱାଧିନତା ଦେଇଥାଏ ବ୍ୟାଙ୍କ ଅଫ୍ ଇଂଲଣ୍ଡ। ଏମ୍‌ପିସିରେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଗଭର୍ଣ୍ଣର ମଧ୍ୟ ଥାନ୍ତି। ଏଥିରେ ୩ଜଣ ଡେପୁଟି ଗଭର୍ଣ୍ଣର, ବ୍ୟଙ୍କର ଜଣେ ସଦସ୍ୟଙ୍କ ସହିତ ୪ ଜଣ ବାହ୍ୟ ସଦସ୍ୟ ଥାନ୍ତି। ଚାନ୍‌ସେଲର ଏମାନଙ୍କୁ ନିଯୁକ୍ତି ଦେଇଥାନ୍ତି। ସ୍ୱାତୀଙ୍କ ନିଯୁକ୍ତି ନେଇ ଗତ ସପ୍ତାହରେ ଘୋଷଣା କରିଥିଲେ ୟୁକେ ରାଜକୋଷ ଚାନସେଲର ରିଶି ସୁନକ। ୨୦୧୬ ଅଗଷ୍ଟ ଠାରୁ ଏମ୍‌ପିସିରେ ସଦସ୍ୟ ଥିବା ମାଇକେଲ ସଉଣ୍ଡେର୍ସ ସ୍ଥାନରେ ସ୍ୱାତୀଙ୍କୁ ନିଯୁକ୍ତି ମିଳିଛି ।

Related Posts