ଅନ୍‌ଲାଇନ୍‌ରେ ଆମ୍ବ ବିକ୍ରି କରୁଛନ୍ତି କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ଦେଶରେ ଏବେ ଆରମ୍ଭ ହୋଇଯାଇଛି ଆମ୍ବ ସିଜନ। ଖରା ଦିନ ଆରମ୍ଭ ହୋଇଗଲେ ବଜାରରେ ମିଳେ ବିଭିନ୍ନ ପ୍ରଜାତିର ଆମ୍ବ । ଏଥିପାଇଁ ବଜାରରେ ବ୍ୟବସାୟୀମାନେ ବିଭିନ୍ନ ପ୍ରଜାତିର ଆମ୍ଭ ବିକ୍ରି କରିଥାନ୍ତି । ଲୋକଂକ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀ ମାନେ ଭରିକି ଭରି ଆମ୍ବ ରଖିଥାନ୍ତି । ଚାହିଦା ଓ ସ୍ୱାଦକୁ ନେଇ ଆମ୍ବର ଦର ମଧ୍ୟ ଭିନ୍ନ ଭିନ୍ନ ରହିଥାଏ ।

ତେବେ ବଜାରକୁ ବର୍ତ୍ତମାନ ନୂଆ ନୂଆ ଆମ୍ବ ଆସୁଥିବାରୁ ଦର ଅଧିକ ରହିଛି। ତେବେ ଖରାଦିନରେ ଚାହିଦା ଦେଖି ସରକାର ବି ଆମ୍ବ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କର୍ଣ୍ଣାଟକ ସରକାର ଅନ୍‌ଲାଇନ୍‌ରେ ଆମ୍ବ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି।

ଆଜି ଠାରୁ ସରକାରୀ ପୋର୍ଟାଲ୍‌ ସାହାଯ୍ୟରେ ଆମ୍ବ ବିକ୍ରି ଆରମ୍ଭ ହୋଇଛି। କର୍ଣ୍ଣାଟକ ଷ୍ଟେଟ୍‌ ମ୍ୟାଙ୍ଗୋ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ କର୍ପୋରେସନ ଲିମିଟେଡ୍(KSMDMCL) ଭାରତୀୟ ଡାକ ସହଯୋଗରେ ଅନ୍‌ଲାଇନ୍‌ ଆମ୍ବ ବିକ୍ରି କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ସୋମବାର ଠାରୁ www.karsirimangoes.karnataka. gov.in ସାଇଟ୍‌ରେ ବିଭିନ୍ନ ଫଳର ଅର୍ଡର୍‌ ନେବା ଆରମ୍ଭ ହୋଇଯାଇଛି ।

ଲୋକମାନେ ନିଜ ନିଜ ପସନ୍ଦ ଅନୁସାରେ ଆମ୍ବ ଦେଖି ଅର୍ଡର ଦେଇପାରିବେ ।

Related Posts