ଅଗ୍ନିପଥ ଯୋଜନା ବିରୋଧ ନିଆଁ: ୨୫୯ କୋଟି ଟଙ୍କା କ୍ଷତି ସହିଲା ଭାରତୀୟ ରେଲୱେ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶ ବ୍ୟାପୀ ବିକ୍ଷୋଭ ର ନିଆଁ ଜଳିଥିବା ବେଳେ, ଏହି ବିକ୍ଷୋଭ ଭାରତୀୟ ରେଲୱେକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି । ଏ ସମ୍ପର୍କରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି।

ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା। ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି। ଜୁନ୍‌ରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲୱେ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା ସଂସଦରେ ଲିଖିତ ଭାବେ ଅଶ୍ୱିନୀ ଉତ୍ତର ଦେଇଥିବା ଜଣାପଡ଼ିଛି। ତେବେ ଯେଉଁ ସବୁ ଟ୍ରେନ ବାତିଲ କରାଯାଇଥିଲା ତାହା ଚାଲୁ ହୋଇସାରିଥିବା ସେ କହିଛନ୍ତି ।
ଏକାଧିକ ଟ୍ରେନ୍‌ ବାତିଲ ଓ ପୋଡ଼ାଜଳା ଯୋଗୁ ଯୋଗୁ ଜୁନ୍‌ ୧୪ରୁ ୩୦ ମଧ୍ୟରେ କ୍ଷତି ହୋଇଥିବା ପ୍ରାୟ ୧୦୨.୯୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଗତ ୩ ବର୍ଷ ଧରି ବିଭିନ୍ନ କାରଣରୁ ଆନ୍ଦୋଳନ ଯୋଗୁ ରେଲୱେ ବ୍ୟାପକ କ୍ଷତି ସହି ଆସୁଛି। ୨୦୧୯ରେ ୧୫୧ କୋଟି ଟଙ୍କା, ୨୦୨୦ରେ ୯୦୪ କୋଟି ଟଙ୍କା ଏବଂ ୨୦୨୧ରେ ୬୨ କୋଟି ଟଙ୍କାର ରେଲୱେ କ୍ଷତି ସହିଥିବା ସେ କହିଛନ୍ତି।

ସୂଚନ ଅନୁଯାୟୀ, ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭକାରୀ ଉଗ୍ରରୂପ ପ୍ରଦର୍ଶନ କରିବା ପରେ ଟ୍ରେନ ସେବା ଗଭୀର ଭାବରେ ପ୍ରଭାବିତ ହୋଇ ଥିଲା।

Related Posts