ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି: ମିଳିବ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁସି ଖବର । କର୍ମଚାରୀଙ୍କୁ ମିଳିବ ଦୀପାବଳି ଭେଟି । ଏଣିକି ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । କର୍ମଚାରୀଙ୍କୁ ଏହି ବୋନସ୍ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୧୧.୨୭ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ସୂଚନା ମୁତାବକ, ରେଳ କର୍ମଚାରୀଙ୍କୁ ବୋନସ୍ ପାଇଁ ୧୮୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପେମେଣ୍ଟ ଭାବେ ୭୦୦୦ ଟଙ୍କା ପ୍ରତିମାସରେ ଦିଆଯାଉଛି । ୭୮ ଦିନ ହିସାବରେ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ ।

ରେଳୱେ ଗତବର୍ଷ ନିଜ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେଇଥିଲା । ଜଣେ ରେଳ କର୍ମଚାରୀଙ୍କୁ ୩୦ ଦିନ ହିସାବରେ ୭୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ୭୮ ଦିନ ପାଇଁ କର୍ମଚାରୀଙ୍କୁ ପ୍ରାଖାପାଖି ୧୮,୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା

Related Posts