ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା

ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ | ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା | ତେବେ ଏହି ବନ୍ଦ ର ପ୍ରଭାବ ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି ।

ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ମଧ୍ୟ ଟ୍ରକ ଡମ୍ଫର ଆଦି ସ୍ବାଭାବିକ ଭାବେ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି ।

ବନ୍ଦର ପ୍ରଭାବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ଦେଖାଯାଇଛି । ତେବେ ସରକାର ଦାବୀ ନ ମାନିଲେ ଆଗକୁ ଆହୁରି ବିକ୍ଷୋଭ ଜୋରଦାର କରାଯିବ ବୋଲି କହିଛନ୍ତି ସଂଘର ଜିଲ୍ଲା ସଭାପତି।

Related Posts