ଲକ୍ଷ୍ୟ ହାସଲ ହେବା ଯାଏଁ ଜାରି ରହିବ ଯୁଦ୍ଧ: ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ

ମସ୍କୋ: ଫେବୃଆରୀ ୨୪ ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ ଜାରି ରହିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଯାହାର ପାଲଟା ଜବାବ ଦେଉଛି ୟୁକ୍ରେନ ସେନା | ରୁଷ ର ୟୁକ୍ରେନ ଉପରେ ଆକ୍ରମଙ୍କୁ ନେଇ ଅନେକ ୟୁରୋପୀୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଥିଲେ ମଧ୍ୟ ରୁଷ ନିଜ ଜିଦ ରେ ଅଟଳ ରହିଛି | ୟୁକ୍ରେନ ର ଅନେକ ସହର ଏବେ ଦ୍ୱନ୍ସ ହୋଇପଡିଛି |

ଯୁଦ୍ଧ ଥମିବା ନେଇ କୌଣସି ଆଶା ଓ ଆଶଙ୍କା ଦେଖା ଯାଉନଥିବା ବେଳେ, ଏହାରି ମଧ୍ୟରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ ଙ୍କ ବୟାନ ଆହୁରି ଚିନ୍ତା ବଢ଼ାଇ ଦେଇଛି | ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ବୋଲି କହିଛନ୍ତି।

ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସମ୍ମିଳିତ ନିରାପତ୍ତା ରାଜିନାମା ସଙ୍ଗଠନ’ର ପ୍ରତିରକ୍ଷା ମନ୍ତ୍ରୀ ପରିଷଦ୍‌ ବୈଠକରେ ସୋଇଗୁ କହିଛନ୍ତି, କିବ୍‌କୁ ବିପୁଳ ପାଶ୍ଚାତ୍ୟ ସହାୟତା ଏବଂ ରୁଷ୍‌ ଉପରେ କଟକଣା ଚାପ ସତ୍ତ୍ବେ ‘ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ’ ଆମେ ସ୍ବତନ୍ତ୍ର ସାମରିକ ଅଭିଯାନ ଜାରି ରଖିବୁ।

‘ସିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ସୋଇଗୁ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ମୃତ୍ୟୁ ଏଡ଼ାଇବା ଲାଗି ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍‌ରେ ଅସ୍ତ୍ରବିରତି ଘୋଷଣା କରୁଛି। ଆଖପାଖ ବସତିଗୁଡ଼ିକରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ‘ସାଇଲେନ୍‌ସ୍‌ ରିଜାଇମ୍’ ଜାରି କରାଯିବା ସହ ‘ହ୍ୟୁମାନି‌ଟାରିଆନ୍‌ କରିଡର୍‌’ ସୃଷ୍ଟି କରାଯାଉଛି।

Related Posts