
ନୂଆଦିଲ୍ଲୀ: ନଭେମ୍ବର ୧୫ ତଥା ଆମାଜନରେ ଆଜିଠୁ ଆରମ୍ଭ ହୋଉଛି ଲାଭା ବ୍ଲେଜ୍ ୫ଜି ଭାରତର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ ବିକ୍ରି। ଅପରହ୍ନ ୧୨ଟାରୁ ଇ-କମର୍ସ ସାଇଟ ଆମାଜନରେ ଏହା ଉପଲବ୍ଧ ହୋଇଯାଇଛି। ଏହାକୁ ୧୦,୦୦୦ଟଙ୍କାରୁ କମ ମୂଲ୍ୟରେ ସ୍ପେଶାଲ ପ୍ରାଇସରେ କିଣାଯାଇ ପାରିବ। ଲାଭା ବ୍ଲେଜ୍ ୫ଜି ଆମାଜନରେ ଏକ୍ସକ୍ଳୁସିଭ ସେଲରେ ଉପଲବ୍ଧ ହେବ। ତେଣୁ ଏହାକୁ ଅନ୍ୟ ଇ-କର୍ମସ ସାଇଟ ପ୍ଲାଟଫର୍ମରୁ କିଣି ପାରିବେ ନାହିଁ ଗ୍ରାହକ। କମ୍ପାନି ଏହି ଫୋନ ଉପରେ ଆଜି ୧ହଜାର ଟଙ୍କାର ରହାତି ରଖିଛି।
ଏହାର ମୂଲ୍ୟ ଭାରତରେ ୧୦,୯୯୯ଟଙ୍କା ରଖାଯାଇଛି। କିନ୍ତୁ ସ୍ପେଶାଲ ପ୍ରାଇସ ଆଧାରରେ ଏହି ଫୋନକୁ ଆଜି କେବଳ ୯,୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ। ତେବେ ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ସେଲ ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ।
ଲାଭା ବ୍ଲେଜ୍ ୫ଜିରେ ୬.୫ ଇଞ୍ଚର ୨.୫ଡି ସ୍କ୍ରିନ ଦିଆଯାଇଛି। ଏହି ଫୋନ ଏକ ମିଡିଆ ଟେକ୍ ଡାଇମେନସିଟି ୭୦୦ ସଞ୍ଚାଳକ ଦ୍ବାରା ୫ଜି ସମର୍ଥନ ଏବଂ ସର୍ବାଧିକ ଘଣ୍ଟା ବେଗ ୨.୨ ସହିତ ଚାଳିତ ହେବ। ଲାଭା ବ୍ଲେଜ୍ ୫ଜିର ପଛ ପ୍ୟାନେଲ୍ ଗ୍ଲାସ୍ ରହିବା ସହିତ ଏଥିରେ ଫୋନ୍ କଲ ରେକର୍ଡିଂର ସୁବିଧା ମଧ୍ୟ ଉପଲବ୍ଧ ହେବ।
ଏହା ବ୍ୟତୀତ ଲାଭା ବ୍ଲେଜ୍ ୫ଜିରେ ତିନୋଟି ପଛ କ୍ୟାମେରା ଅଛି ଯେଉଁଥିରେ ପ୍ରାଥମିକ ବା ପ୍ରାଇମେରୀ ଲେନ୍ସ ୫୦ ମେଗାପିକ୍ସେଲ ଏବଂ ଅନ୍ୟ ଲେନ୍ସ ଏଆଇ ରଖାଯାଇଛି। ଏଥିସହିତ ଏହାର ସାମ୍ନାରେ ଏକ ୮ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ଫୋନରେ ୧୨୮ ଜିବି ଷ୍ଟୋରେଜ୍ ମଧ୍ୟ ଉପଲବ୍ଧ ରହିଛି। ଲାଭା ବ୍ଲେଜ୍ ୫ଜି ସହିତ ୫୦୦୦mAh ବ୍ୟାଟେରୀ ଉପଲବ୍ଧ ହେବ।
ଦେଶର ଶସ୍ତା ୫ଜି ଫୋନ ଲଞ୍ଚ କରିବା ସମୟରେ ଲାଭା ଇଣ୍ଟରନ୍ୟାସନାଲ ଲିମିଟେଡର ସଭାପତି ତଥା ବ୍ୟବସାୟ ମୁଖ୍ୟ ସୁନୀଲ ରାଇନା କହିଥିଲେ ଯେ ଭାରତରେ ଏକ ସୁଲଭ ମୂଲ୍ୟରେ ୫ଜି ସ୍ମାର୍ଟଫୋନ୍ ତିଆରି କରିବା ହେଉଛି ଆମର ଲକ୍ଷ୍ୟ।