
ନୂଆଦିଲ୍ଲୀ: ଆଜି ଭାରତର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ତେବେ ଦାୟିତ୍ଵ ଗ୍ରହଣ କରିବା ର ପ୍ରଥମ ଦିନରେ ହିଁ ସେ ଚାଇନା କୁ ଟାର୍ଗେଟ କରିଛନ୍ତି । ଭାରତ-ଚାଇନା ସୀମାରେ ଦେଶର ସାର୍ବଭୌମତ୍ୱକୁ ହରାଇବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଏଥିସହ ସେ ଆହୁରି ବି କହିଛନ୍ତି ଭାରତ-ଚାଇନା ସୀମାରେ ଆମର ସ୍ଥିତାବସ୍ଥାକୁ ନେଇ ଆମେ ଭଲ ଭାବେ ଅବଗତ ଅଛୁ। ଆମର ସୀମାକୁ ପରିବର୍ତ୍ତନ କାରିବାକୁ ଦିଆଯିବ ନାହିଁ କି ସାର୍ବଭୌମତ୍ତ୍ୱକୁ ହରାଇ କରିବାକୁ ଦିଆଯିବ ନାହିଁ। ବର୍ତ୍ତମାନ ଏଲଏସିରେ ପରିସ୍ଥିତି ସ୍ୱାଭାବିକ୍ ଅଛି। ଆମର ସୈନ୍ୟମାନେ ସୀମାରେ ସଜାଗ ଅଛନ୍ତି। ସେ ଆହୁରୀ କହିଛନ୍ତି ଯେ, ଗତ ଦୁଇବର୍ଷ ଭିତରେ ଆମେ ଚୀନ୍ର ସୀମାରେ ନିଜର ସୈନା ମୁତୟନକୁ ଖୁବ୍ ମଜବୁତ କରିଛୁ। ତେବେ ପାଣ୍ଡେଙ୍କୁ ଆଜି ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
ଏହି ଅବସରରେ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ଓ ଭାରତୀୟ ନୌସେନା ମୁଖ୍ୟ ଏଡମିରାଲ ହରି କୁମାର ଉପସ୍ଥିତ ଥିଲେ ।
ଭାରତୀୟ ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଦେଶର ସୁରକ୍ଷା ତାଙ୍କ ପାଇଁ ଆଗ ବୋଲି ମତ ରଖିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଗତ ୩୦ ତାରିଖରେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ। ଆଜି ସ୍ଥଳ ସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଏମଏମ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଜେନେରାଲ ପାଣ୍ଡେ ଦେଶର ସେନାଧ୍ୟକ୍ଷ ଭାବେ କାମ ଆରମ୍ଭ କରିଛନ୍ତି। ଜେନେରାଲ ନରଭାଣେଙ୍କ ଠାରୁ ହିଁ ସେ ସ୍ଥଳ ସେନା ମୁଖ୍ୟ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବରୁ ଜେନେରାଲ ପାଣ୍ଡେ ସ୍ଥଳସେନା ଉପ ମୁଖ୍ୟ ଭାବେ କାମ କରୁଥିଲେ। ତେବେ ତାଙ୍କୁ ଚଳିତ ମାସରେ ହିଁ ସ୍ଥଳ ସେନା ମୁଖ୍ୟ ଭାବେ ମନୋନୀତ କରାଯାଇଥିଲା। ସେ କ୍ରପ୍ସ ଇଞ୍ଜିନିୟରରୁ ସ୍ଥଳ ସେନାର ମୁଖ୍ୟ ହେବାର ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ସେନା କର୍ମଚାରୀ ଏପରି ରେକର୍ଡ କରି ନଥିଲେ। ଜେନେରାଲ ମୋନଜ ପାଣ୍ଡେ ୧୯୮୨ ଡିସେମ୍ବରରେ ଜେନେରାଲ ପାଣ୍ଡେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ।