ସମାଧାନ ହେଲା ଭାରତର ସର୍ବ ପୁରାତନ ମାମଲା; ୭୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଶୁଣାଣି

ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ୭୨ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଦେଶର ସର୍ବ ପୁରାତନ ମାମଲା ଶେଷରେ ସମାଧାନ ହୋଇଛି। ଏହି ମାମଲାର ପ୍ରଥମ ଶୁଣାଣି ଦେଶର ସର୍ବ ପୁରାତନ କଲିକତା ହାଇକୋର୍ଟରେ ୭୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ବର୍ତ୍ତମାନ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ସେତେବେଳେ ଜନ୍ମ ବି ହୋଇନଥିଲେ। ତେବେ ଦେଶରେ ଚିହ୍ନଟ ହୋଇଥିବା ସର୍ବ ପୁରାତନ ପାଞ୍ଚଟି ମାମଲା ମଧ୍ୟରୁ କେବଳ ତିନୋଟି ବିଚାରାଧୀନ ଅଛି। ଏଥିମଧ୍ୟରୁ ଦୁଇଟି ମାମଲାର ଶୁଣାଣି ମାଲଦା ସିଭିଲ କୋର୍ଟରେ ବିଚାରାଧୀନ ଅଛି। ତୃତୀୟ ମାମଲା ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି।

ଶୁଣାଣୀ ହୋଇଥିବା ମାମଲା ଗୁଡ଼ିକ ବେହରାମପୁର ବ୍ୟାଙ୍କ ଲିମିଟେଡରର ବାତିଲ ସହିତ ଜଡିତ। ବର୍ତ୍ତମାନ ଏହି ମାମଲା ସହ ଜଡିତ ସମସ୍ତ ମାମଲା ଶେଷ ହୋଇଛି। ଏହି ମାମଲା ପ୍ରଥମେ ୧୯ ନଭେମ୍ବର ୧୯୪୮ରେ କଲିକତା ହାଇକୋର୍ଟକୁ ଆସିଥିଲା। ସେତେବେଳେ ହାଇକୋର୍ଟ ଦେବାଳିଆ ଅଧିନିୟମ ଅନୁଯାୟୀ ଏହି ବ୍ୟାଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧ ଜାନୁଆରୀ ୧୯୫୧ରେ ବ୍ୟାଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଏହା ପରେ ୭୧/୧୯୫୧ରେ ପୁଣି ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହିପରି ଭାବରେ ଏହି ମାମଲା ଦେଶର ସର୍ବପୂରାତନ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦିର୍ଘ ସମୟ ଧରି ବିଚାରଧିନ ‌ଥିବା ମାମଲା ଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ।

ସୂଚନାଥାଉକି, ବେହରମପୂର ବ୍ୟାଙ୍କ ବହୁଳ ପରିମାଣରେ ଋଣ ପ୍ରଦାନ କରୁଥିଲା, କିନ୍ତୁ ଆଦାୟ କରୁଥିଲା। ଏହି କାରଣରୁ ବ୍ୟାଙ୍କ ଋଣଦାତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ଋଣ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ବ୍ୟାଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ ଆବେଦନ କରିଥିଲେ। ଫଳସ୍ୱରୂପ, ଏହି ମାମଲା ବ୍ୟାଙ୍କକୁ ବନ୍ଦ କରିବା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବ ଏହି ମାମଲା ଏକ ପ୍ରକାର ଆରୋପ ପ୍ରତ୍ୟାରୋପ ଭିତରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଏହାର ହାଇକୋର୍ଟରେ ଦୁଇଥର ଶୁଣାଣି ପାଇଁ ସମୟ ରଖାଯାଇଥିଲା। ଶୁଣାଣୀ ପରେ ଏହି ମାମଲା ସମ୍ପୁର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏବେ ଆଉ ତିନୋଟି ମାମଲା ରହିଛି ଯାହାକି ଖୁବଶୀଘ୍ର ସରିବ ବୋଲି କୁହାଯାଇଛି।

Related Posts