ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ଭାରତର ସାନିଆ-ବୋପାନ୍ନା ଯୋଡ଼ି

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଭାରତର ସିନିୟର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡି ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଟାଇଟଲ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ତେବେ ଅଷ୍ଟ୍ରେଲିଆନ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ପୂର୍ବରୁ ସାନିଆ ଘୋଷଣା କରି ସାରିଛନ୍ତି।

ଯଦି ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିବେ ତାହାହେଲେ ତାଙ୍କ ବିଦାୟୀ ମ୍ୟାଚ ସ୍ମରଣୀୟ ହୋଇ ରହିବ। ତେବେ ଏହି ଭାରତୀୟ ଯୋଡି ସେମିଫାଇନାଲରେ ଗ୍ରେଟ ବ୍ରିଟେନର ନୀଲ ସ୍କୁପସ୍କି ଓ ଆମେରିକାର ଦେସିରା କ୍ରାଜିକଙ୍କୁ ୭-୬, ୬-୭ ଓ ୧୦-୬ ସେଟରେ ପରାସ୍ତ କରିଛନ୍ତି ।

୩ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ଜେଲେନା ଓଷ୍ଟାପେଙ୍କୋ ଓ ଡେଭିଡ ୱେଗା ଓହରିଯିବାରୁ ସାନିଆ-ବୋପାନ୍ନାଙ୍କୁ ୱାକ ଓଭର ମିଳିଥିଲା । ସେହିପରି ପ୍ରି-କ୍ୱାର୍ଟରରେ ସେମାନେ ଉରୁଗୁଏ ଓ ଜାପାନୀ ଯୋଡି ଏରିୟଲ ବେହାର-ମକାଟୋ ନିନୋମିୟାଙ୍କୁ ୬-୪, ୭-୬ ସେଟରେ ପରାସ୍ତ କରିଥିଲେ ।

Related Posts