ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଆସାମ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି । ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଦଳକୁ ଟାର୍ଗେଟ କରି ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମତେ କ୍ଷତି ପହଞ୍ଚାଇବା ପାଇଁ କଂଗ୍ରେସ ନେତାମାନଙ୍କୁ ନୂଆ ଜନ୍ମ ନେବାକୁ ପଡିବ। ଏହା ସହିତ ସେ ଗୌରବ ଗୋଗୋଇଙ୍କୁ ସାନ ପପ୍ପୁ ବୋଲି କହିଛନ୍ତି । ଯେତେବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପଚରାଗଲା ଯେ, ଗୌରବ ଗୋଗୋଇ ତାଙ୍କୁ ଜେଲ୍ ପଠାଇବା ବିଷୟରେ କହିଛନ୍ତି, ସେ କହିଲେ ଦେଖନ୍ତୁ, ରାହୁଲ ଗାନ୍ଧୀଙ୍କ ଅର୍ଥ ପପ୍ପୁ। ଲୋକମାନେ ଗୌରବ ଗୋଗୋଇଙ୍କୁ ଏକ ସାନ ପପ୍ପୁ ବୋଲି କହୁଛନ୍ତି। ତେଣୁ ଯିଏ କହୁଛନ୍ତି ଯେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରାଯିବ, ଇନ୍ଦିରା ଗାନ୍ଧୀଙ୍କୁ ନୂଆ ଜନ୍ମ ନେବାକୁ ପଡିବ। ରାଜୀବ ଗାନ୍ଧୀଙ୍କୁ ପୁଣି ଜନ୍ମ ନେବାକୁ ପଡିବ। ରାହୁଲଙ୍କୁ ଆଉଥରେ ଜନ୍ମ ନେବାକୁ ପଡିବ। ଏହା ଏହି ଜନ୍ମରେ ହେବ ନାହିଁ। ତେଣୁ ସାତ ଜନ୍ମ ପରେ ହିଁ ସେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସେମାନେ କ୍ଷତି ପହଞ୍ଚାଇ ପାରିବେ ବୋଲି କହିଛନ୍ତି ।





