ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ତେବେ ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ କରାଯିବାର ଥିଲା । ହେଲେ ବର୍ଷ ବର୍ଷ ବିତି ଗଲେ ମଧ୍ୟ ହୋଇପାରିନାହିଁ । କଟକ ସାଂସଦ ଭର୍ତ୍ତୃହରି ମହାତବ କହିଛନ୍ତି ଗୁଗଲ ମ୍ୟାପ ଜରିଆରେ ଦେଖି ଯୋଜନା ପ୍ରସ୍ତୁତ ହୁଏ ନାହିଁ । ଲୋକଙ୍କ ସହ ଆଲୋଚନା କରାଯିବା କଥା । ନକ୍ସା ଭୁଲ ହେଲେ ଯୋଜନା ଭୁଲ ହେଲେ କାମ ଭୁଲ ହେବ । ପୂର୍ବ ସରକାରଙ୍କୁ କହିଥିଲି । ସରକାର ଜିଦରେ ଅଟଳ ରହିଲେ । ଯେଉଁ ସମସ୍ୟା ଅଛି ତାହାର ସମାଧାନ ହୋଇନି ।ରେଲୱେର ଅନୁମତି ନିଆଯାଇ ନାହିଁ । ପୂର୍ତ୍ତ ବିଭାଗ ଇରିଗେସନ ଓ ରେଲୱେ ସହିତ କଥା ହୋଇ ନାହାନ୍ତି । ସବୁ ବିଭାଗର ସମନ୍ଵୟରେ ଯୋଜନା ପ୍ରସ୍ତୁତ ହେବା କଥା ।
ଏବେ ନେତାଜୀ ବସ ଟର୍ମିନାଲର ସୁବିଧା ଅସୁବିଧା ଜୁ ଆଖିରେ ରଖି ଏହାକୁ ଅନ୍ୟତ୍ର ସ୍ଥାନାନ୍ତରର ଆବଶ୍ୟକତା ରହିଛି । ନେତାଜୀ ଟର୍ମିନାଲରୁ ବାହାରି NH ରେ ବାହାରିବା ପାଇଁ ସ୍ଥାନ ନାହିଁ । ସବୁଠାରୁ ଭଲ ସ୍ଥାନ OMP ଥିଲା । ଯାହା ରେଳ ଷ୍ଟେସନ ପାଖ । ଯେଉଁଠାରେ ହେଉଛି ସେଇଟା ଠିକ ସ୍ଥାନ ନୁହେଁ । ଆଗକୁ ଲୋକଙ୍କ ସଂଖ୍ୟା ବଢ଼ିବ । ସରକାରଙ୍କୁ ନିବେଦନ ରହିବ ବସ ଷ୍ଟାଣ୍ଡ ଅନ୍ୟତ୍ର ହେବା ଦରକାର ବୋଲି କହିଥିବାର ଦେଖିବାକୁ ମିଳିଛି ।
