
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତ ହେଲେ ଶିଳ୍ପପତି ରତନ ଟାଟା। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନିତ ହୋଇଥିବା ବେଳେ ସେଥିରେ ଏବେ ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ମଧ୍ୟ ସାମିଲ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ପିଏମ କେୟାର୍ସ ଫଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରତନ ଟାଟାଙ୍କୁ ସ୍ୱାଗତ କରାଯାଇଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।