SARS-CoV-2 ଦ୍ବାରା ଆକ୍ରାନ୍ତ ପିଲାଙ୍କ ଫୁସ୍‌ଫୁସ୍‌ ଅନ୍ୟୂନ ୨ ମାସ ପର୍ଯ୍ୟନ୍ତ ରୁହେ ସଂକ୍ରମଣ

ନୂଆଦିଲ୍ଲୀ: SARS-CoV-2 ଦ୍ବାରା ଆକ୍ରାନ୍ତ ପିଲାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ଅନ୍ୟୂନ ୨ ମାସ ପର୍ଯ୍ୟନ୍ତ ରୁହେ । ଏନେଇ ଆଜି(ଗୁରୁବାର) ଦିନ ଦି ଲାନ୍‌ସେଟ୍‌ ଚାଇଲ୍‌ଡ୍‌ ଆଣ୍ଡ୍‌ ଆଡୋଲେସେଣ୍ଟ୍‌ ହେଲ୍‌ଥ୍‌ ଜର୍ଣ୍ଣାଲ୍‌ ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ ପାଇଛି । ୦-୧୪ ବର୍ଷ ବୟସର ପିଲାଙ୍କ ଫୁସ୍‌ଫୁସ୍‌ରେ କୋଭିଡ୍‌-୧୯ ଲକ୍ଷଣ ଉପରେ କରାଯାଇଥିବା ଉକ୍ତ ଅଧ୍ୟୟନରେ ଡେନ୍‌ମାର୍କରେ ସଂଗୃହୀତ ଜାତୀୟସ୍ତରର ନମୁନା ବ୍ୟବହୃତ ହୋଇଥିଲା ।

ଡେନ୍‌ମାର୍କ ସ୍ଥିତ କୋପେନ୍‌ହେଗେନ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ର ପ୍ରଫେସର୍‌ ସେଲିନା କିକେନ୍‌ବୋର୍ଗ ବର୍ଗ କହିଛନ୍ତି ଯେ, “ପିଲା ଏବଂ ଶିଶୁଙ୍କ ଶରୀରରେ କେତେ ଦିନ ଧରି ଲକ୍ଷଣ ଦେଖାଯାଉଛି, ତାହା ନିର୍ଦ୍ଧାରଣ କରିବା । ସେମାନଙ୍କ ଜୀବନଯାପନର ମାନ, ସ୍କୁଲ୍‌ ଅଥବା ‘ଡେ କୟୋର୍‌’ରେ ସେମାନଙ୍କ ଅନୁପସ୍ଥିତି ଆଦି ଉପରେ ବି ଅଧ୍ୟୟନ କରାଯାଇଥିଲା ।”

୨୦୨୦ରୁ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ସୂଚନାଅନୁସାରେ, ୦-୩ ବର୍ଷର ପିଲାମାନଙ୍କ ମଧ୍ୟରେ ସାଧାରଣତଃ ମୁଡ୍ ସୁଇଙ୍ଗ୍, ରାସ୍ ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।୪-୧୧ ବୟସ ପିଲାଙ୍କ ମଧ୍ୟରେ ମୁଡ୍ ସୁଇଙ୍ଗ୍, ମନେରଖିବାରେ କିମ୍ବା ଏକାଗ୍ର ହେବାରେ ଅସୁବିଧା, ଏବଂ ୧୨-୧୪ ବର୍ଷ ମଧ୍ୟରେ ଥକ୍କା, ମୁଡ୍ ସୁଇଙ୍ଗ୍, ଏବଂ ମନେରଖିବା କିମ୍ବା ଏକାଗ୍ର କରିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଦେଇଥିଲା ।

Related Posts