ମହାରାଷ୍ଟ୍ର ସଙ୍କଟ; ଉଦ୍ଧବ ଠାକରେଙ୍କ ବୈଠକକୁ ଆସିଲେ ମାତ୍ର ୧୩ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ବର୍ତ୍ତମାନ ରାଜନୈତିକ ସଙ୍କଟ ଦେଖାଦେଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ । ହେଲେ ଏହି ବୈଠଳରେ କେବଳ ୧୩ ଜଣ ବିଧାୟକ ଆସିଥିଲେ । ସେପଟେ ସଞ୍ଜୟ ରାଉତ କହିଛନ୍ତି ଯେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳର ୨୧ ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗ କରୁଛନ୍ତି । ଯେତେବେଳେ ବି ସୁଯୋଗ ଆସେ, ମିଳିତ ସରକାର ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ।

ଖୁବଶୀଘ୍ର ଉଦ୍ଧବ ଠାକରେ ବର୍ଷା ବଙ୍ଗଳାକୁ ଫେରିବେ ବୋଲି ସଞ୍ଜୟ ରାଉତ କହିଛନ୍ତି । ଅନ୍ୟପଟେ ଉଦ୍ଧବ ଠାକରେଙ୍କ ବୈଠକ ପୂର୍ବରୁ କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବିରରେ ଯୋଗଦେବା ପାଇଁ ଆଉ ତିନିଜଣ ଶିବସେନା ବିଧାୟକ ଆସାମର ରାଜଧାନୀ ଗୌହାଟୀରେ ପହଞ୍ଚିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts