ଅନୁଗୁଳ : ରାଜ୍ୟରେ ଏବେ ଅସୁରକ୍ଷିତ ହୋଇପଡିଛନ୍ତୀ ହାତୀ । ଅନେକ ସମୟରେ ହାତୀ ମୃତ୍ୟ ଖବର ସାମ୍ନାକୁ ଆସିଛି । ଏପରି ଲଗାତାର କିଛି ଦିନ ହେବ ହାତୀ ମୃତ୍ୟୁ ଘଟଣା ଖବରର ଶିରୋନାମାରେ ରହିଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅଧୀନସ୍ଥ କଟକ ଜିଲ୍ଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତାହାତୀର କଙ୍କାଳ ମିଳିଛି। ଦନ୍ତାହାତୀର ଦାନ୍ତ କାଟିନେଇଥିବା ଜଣାପଡିଛି।
ଏହି ଘଟଣାରେ ବନ ବିଭାଗର ୨ ଜଣ ଫରେଷ୍ଟର ଅନୁପମା ସାହୁ ଏବଂ ସହଦେବ ସୋରେନକୁ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ନିଲମ୍ବନ କରିଛନ୍ତି। ତତ୍ ସହିତ ୩ ଜଣ ୱାଚରକୁ ଗିରଫ କରିଛନ୍ତି। ଏହିଘଟଣାରେ ରେଞ୍ଜର ସମ୍ପୃକ୍ତି ଥିବା ବନ ବିଭାଗ ସୂଚନା ଦେଇଛି। ତାଙ୍କ ଇଙ୍ଗିତରେ ଫରେଷ୍ଟର ଏବଂ ୱାଚର ମାନେ ହାତୀକୁ ବର୍ଷେ ତଳୁ ପୋତି ଦେଇଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ସାତକୋଶିଆ ଡିଏଫଓ କହିଛନ୍ତି ।
