ଏଥର ଦିଲ୍ଲୀରେ ରୋଚକ ଲଢେଇ; ମନୋଜ ତିୱାରୀଙ୍କ ବିରୋଧରେ ଲଢ଼ିବେ କହ୍ନୈୟା କୁମାର

ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ):  ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରବିବାର ଆଉ ୧୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗେସ। ଏହି ୧୦ ପ୍ରାର୍ଥୀଙ୍କ ମଧ୍ୟରେ ଯୁବ ନେତା କହ୍ନୈୟା କୁମାରଙ୍କ ନାଁ ରହିଛି।

ଦଳ ତାଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି। ୨୦୧୯ରେ ସେ ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିଲେ। ବାମପନ୍ଥୀ ଟିକେଟରେ ନିର୍ବାଚନ ଲଢ଼ିଥିବା କହ୍ନୈୟାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡ଼ିଥିଲା।

ଏଥର କିନ୍ତୁ କଂଗ୍ରେସ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀରୁ ଟିକେଟ ଦେଇଛି। ୨୦୨୪ରେ ତାଙ୍କର ଲଢ଼େଇ ବିଜେପି ସାଂସଦ ମନୋଜ ତିୱାରୀଙ୍କ ସହ ହେବ। ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ୨୦୧୯ରେ ବିଜୟୀ ହୋଇଥିଲେ। କଂଗ୍ରେସ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସହ ମିଶି ଲୋକସଭା ନିର୍ବାଚନ ଲଢ଼ୁଛି।

ଆପ୍‌ ୪ଟି ଓ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବେ। ମେଣ୍ଟର ଡିଲ୍‌ ଅନୁସାରେ, ଆଜି କଂଗ୍ରେସ ଦିଲ୍ଲୀର ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କହ୍ନୈୟା ଉତ୍ତର ପୂର୍ବ ଦିଲ୍ଲୀରୁ ଟିକେଟ ପାଇଥିବା ବେଳେ ଚାନ୍ଦିନଚୌକରୁ ଜେପି ଅଗ୍ରୱାଲ ଓ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ କଂଗ୍ରେସ ଟିକେଟ ପାଇଛନ୍ତି। ଅଗ୍ରୱାଲଙ୍କ ଲଢ଼େଇ ବିଜେପିର ପ୍ରବୀଣ ଖଣ୍ଡେଲୱାଲ ଓ ଉଦିତ ବିଜେପିର ଯୋଗେନ୍ଦ୍ର ଚାଣ୍ଡୋଲିଆଙ୍କୁ ଟକ୍କର ଦେବେ।

Related Posts