ଆଇପିଏଲ୍‌ ୨୦୨୩; ଚଳିତ ସିଜିନ୍‌ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଆଇପିଏଲ୍‌ ଖେଳିବେ ନାହିଁ ଦୁଇ ଅଷ୍ଟ୍ରେଲିୟ ଷ୍ଟାର ବୋଲର । ପ୍ରାଞ୍ଚାଇଜ୍‌ ଖେଳ ଅପେକ୍ଷା ଘରୋଇ ସିରିଜ୍‌ ଉପରେ ଅଧିକ ଫୋକସ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ଏବଂ ମିଚେଲ ଷ୍ଟାର୍କ ।

ଜାତୀୟ ଗଣମାଧ୍ୟମ ଅନୁସାରେ, ଆଇପିଏଲ୍‌ର ୨୦୨୩ ସିଜିନ୍‌ ଖେଳିବେ ନାହିଁ ପ୍ୟାଟ୍‌ କମିନ୍ସ ।୨୦୨୩ରେ ହେବାକୁ ଥିବା ଆସେସ୍‌ ସିରିଜ୍‌ ଉପରେ ଅଧିକ ଫୋକସ୍‌ ରଖିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ପ୍ୟାଟ୍‌ କମିନ୍ସ । ଅଷ୍ଟ୍ରେଲିଆର ଏହି କ୍ୟାପେଟ୍‌ନଙ୍କୁ କଲିକତା ନାଇଟ୍‌ ରାଇଡର୍ସ ୭.୨୫ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ଏବେ ସେ ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ ପାଇଁ ଖେଳିବା ନାହିଁ କମିନ୍ସ ।

ସେହିପରି ମିଚେଲ୍‌ ଷ୍ଟାର୍କ ବି ଆଗାମୀ ଆଇପିଏଲ୍‌ ଖେଳିନପାରନ୍ତି । ୨୦୨୩ରେ ହେବାକୁ ଯାଉଥିବା ଆସେସ୍‌ ସିରିଜ୍‌ ଉପରେ ଅଧିକ ଫୋକସ୍‌ ରଖିବାକୁ ଷ୍ଟାର୍କ ମଧ୍ୟ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ମିଚେଲ୍‌ ଷ୍ଟାର୍କ ୨୦୧୫ରେ ଶେଷ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ । ବାଙ୍ଗାଲୋର ପ୍ରାଞ୍ଚାଇଜ୍‌ ଚଢା ଦାମ୍‌ରେ ମିଚେଲ୍ ଷ୍ଟାର୍କଙ୍କୁ କିଣିଥିଲା ।

ସୂଚନାଯୋଗ୍ୟ ଯେ, ୨୦୨୩ରେ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଅନେକ ଷ୍ଟାର୍‌ ଖେଳାଳିଙ୍କୁ ଦେଖିବାକୁ ମିଳିବନାହିଁ । କିଛି ଖେଳାଳି କ୍ରିକେଟ୍‌ରୁ ଅବସର ନେଇଥିବା ବେଳେ ଆଉ କିଛି ଜଣଙ୍କୁ ପ୍ରାଞ୍ଚାଇଜ୍‌ ହାତ ଛଡ଼ା କରିଛି । ଏବେ ଆଉ କିଛି ଷ୍ଟାର ଖେଳାଳି ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ନିଜ୍‌ ନାମକୁ ଫେରାଇ ନେଇପାରନ୍ତି ।

Related Posts