ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ମ୍ୟାଚ!

 ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ):  କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି।

ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି।

ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, ପଞ୍ଜାବ କିଙ୍ଗ୍ସ ମଧ୍ୟ ବାରବାଟୀକୁ ନିଜର ହୋମ ଗ୍ରାଉଣ୍ଡ କରିଥିଲେ। ଏହା ପରେ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ବାରବାଟୀକୁ ଗୋଟିଏ ହେଲେ ବି ଆଇପିଏଲ ମ୍ୟାଚ ମିଳିପାରିନାହିଁ ।

Related Posts