ଅଜି କୋଚିରେ ଆଇପିଏଲ୍ ମିନି ଅକ୍ସନ୍; ନିଲାମ ହେବେ ୪୦୫ ଜଣ ଖେଳାଳି

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଆଇପିଏଲ୍ ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏଥିପାଇଁ ଶୁକ୍ରବାର ଆଇପିଏଲ୍ ଖେଳାଳି ନିଲାମ। କୋଚିରେ ଆଇପିଏଲ୍ ୨୦୨୩ ପାଇଁ ଖେଳାଳିଙ୍କ ମିନି ଅକ୍ସନ୍ ହେବ । ଶୁକ୍ରବାର ଦିନ ୨ଟା ୩୦ ମିନିଟରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା ।

ସୂଚନା ମୁତାବିକ, ଆଜିର ଅକ୍ସନ୍‌ ପ୍ରକ୍ରିୟାରେ ବିଶ୍ୱର ୪ ଅଲରାଉଣ୍ଡରଙ୍କ ଉପରେ ସବୁ ଫ୍ରାଞ୍ଚାଇଜିର ନଜର ରହିବ ।ବେନ୍ ଷ୍ଟୋକ୍ସ, କାମେରୁନ୍ ଗ୍ରୀନ୍, ସାମ୍ କୁରାନ, ସାକିବ ଅଲ୍ ହାସନଙ୍କ ଭଳି ମହିର ଅଲରାଉଣ୍ଡରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ଅନ୍ୟ ଷ୍ଟାର ଖେଳାଳିଙ୍କ ମଧ୍ୟରେ କେନ୍ ଓ୍ୱିଲିୟମସନ୍, ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରଓ୍ୱାଲ, ଇଶାନ୍ତ ଶର୍ମା, ଲିଟନ ଦାସ, ଜେସନ ହୋଲଡର ରହିଛନ୍ତି ।

ତେବେ ଆଜିର ଅକ୍ସନ ପାଇଁ ୨୭୩ ଜଣ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମେତ ମୋଟ ୪୦୫ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ୪୦୫ ଜଣ ଖେଳାଳିଙ୍କ ମଧ୍ୟରୁ ୮୭ ଜଣଙ୍କୁ କିଣିବେ ଫ୍ରାଞ୍ଚାଇଜି। ଏମାନଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଖେଳାଳି ରହିବେ । ନିଲାମ ପ୍ରକ୍ରିୟାରେ ୧୦ଟି ଆଇପିଏଲ ଟିମ୍ ଭାଗ ନେବେ । ତେବେ ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଆଇପିଏଲର ଷୋଡ଼ଷ ସଂସ୍କରଣ ଖେଳାଯିବ ।

Related Posts