ଆଇପିଏଲ ମିନି ଅକ୍ସନ: ହ୍ୟାରୀ ବ୍ରୁକ ଓ ମୟଙ୍କ ଅଗ୍ରୱାଲଙ୍କୁ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଆରମ୍ଭ ହେଲା ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ । ମୋଟ ୪୦୫ ଜଣ ଖେଳାଳୀଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣିବାକୁ କୋଚିରେ ଆରମ୍ଭ ହୋଇଛି ନିଲାମୀ । ଆଉ ଏହା ଭିତରେ ଇଂଲଣ୍ଡର ଷ୍ଟାର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ଥିବା ବେଳେ ପ୍ରଥମେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ତାଙ୍କୁ କିଣିବାକୁ ଲଢେଇ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଏହି ରେସରେ ସାମିଲ ହେବା ସହ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା । ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।

ସେହିପରି ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା କେନ୍ ୱିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ । ସେହିଭଳି ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ପ୍ରଥମ ନିଲାମୀରେ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି ।

Related Posts