ଆଇ ପି ଏସ ଅଧିକାରୀମାନେ ତଳିଆ ପୋଲିସ କର୍ମଚାରୀଙ୍କୁ ଅର୍ଡରଲି ଭାବରେ ଖଟାଉଥିବା ସଂପୂର୍ଣ୍ଣ ବେଆଇନ୍: ମାଡ୍ରାସ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଇ ପି ଏସ ଅଧିକାରୀମାନେ ତଳିଆ ପୋଲିସ କର୍ମଚାରୀଙ୍କୁ ଅର୍ଡରଲି ଭାବରେ ଖଟାଉଥିବା ସଂପୂର୍ଣ୍ଣ ବେଆଇନ୍ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। ସୋମବାର ଦିନ ମାଡ୍ରାସ ହାଇକୋର୍ଟ ଅର୍ଡରଲି ବ୍ୟବସ୍ଥାକୁ ବନ୍ଦ୍ କରିବାକୁ ସ୍ପଷ୍ଟ ଭାବରେ କହିଛନ୍ତି। ଏହା ସହିତ ବରିଷ୍ଠ ପୁଲିସ ଅଧିକାରୀ ମାନେ ସ୍ୱତପ୍ରବୃତ ଭାବରେ ନିଜ କାମରେ ଲଗାଇଥିବା ଅର୍ଡରଲି ମାନଙ୍କୁ ଫେରାଇ ଦେବାକୁ କହିଛନ୍ତି। ଜଷ୍ଟିସ୍ ଏସ୍ ସୁବ୍ରମଣ୍ୟମ୍ ଏହି ମାମଲାରେ କହିଛନ୍ତି ଯେ ଉଚ୍ଚ ପୋଲିସ୍ ଅଧିକାରୀମାନେ ଭଲ ଆଚରଣ ରକ୍ଷା କରିବା ସହିତ ସେମାନଙ୍କ କାର୍ଯ୍ୟକଳାପ ସର୍ବଦା ସାମ୍ବିଧାନିକ ନୀତି ସହ ସମାନ ହେବା ଆବଶ୍ୟକ।

ସୂଚନା ଅନୁସାରେ ୟୁ ମାଣିକଭେଲଙ୍କ ଏକ ଆବେଦନର ଶୁଣାଣି କରିବାକୁ ଯାଇ ମାନ୍ୟବର କୋର୍ଟ ଏହା କହିଛନ୍ତି।ଏହି ମାମଲାରେ ଗୃହ ବିଭାଗ, ପୋଲିସ କମିଶନର ଚେନ୍ନାଇ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି। ତେବେ ତଳିଆ ପୋଲିସ କର୍ମଚାରୀଙ୍କୁ ଅର୍ଡରଲି ଭାବରେ ଖଟାଇବା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ବେଆଇନ୍ ବୋଲି କୋର୍ଟ କହିଛନ୍ତି। ଏହି ଅର୍ଡରଲି ବ୍ୟବସ୍ଥା ତୁରନ୍ତ ବନ୍ଦ୍ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାସହ ପରବର୍ତ୍ତୀ ସମୟରେ ଏନେଇ କୌଣସି ଅଭିଯୋଗ କିମ୍ବା ସୂଚନା ମିଳିଲେ ରାଜ୍ୟ ଗୃହ ସଚିବ ଆଚରଣ ବିଧି ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

Related Posts