ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ମାମଲା; କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ଜାମିନ ଆବେଦନର ଶୁଣାଣି ଆଜି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଲକ୍ଷ୍ମୀପୁର ଖୀରୀରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ଜାମିନ ଆବେଦନ ଉପରେ ଆଜି ନିଷ୍ପତ୍ତି ଶୁଣାଇବେ । ଲକ୍ଷ୍ମୀପୁର ଖେରୀରେ ହୋଇଥିବା ଏହି ହିଂସାରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା ।ବିଚାରପତି କୃଷ୍ଣା ପହଲଙ୍କ ଅଦାଲତ ଏହି ମାମଲାର ଶୁଣାଣି କରିବା ପରେ ଗତ ୧୫ଜୁଲାଇରେ ନିଜ ଆଦେଶ ସଂରକ୍ଷିତ ରହିଥିବାବେଳେ ଏହାର ଆଜି ଶୁଣାଣି ହେବ ।

ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ଖୀରୀ ଘଟଣାରେ କୃଷକଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରକାଶ ଥଉକି ନିକୋନିୟା ଘଟଣାରେ ହାଇକୋର୍ଟ ଗତ ୧୦ଫେବୃଆରୀରେ ଆଶିଷଙ୍କୁ ଜାମିନ ଦେଇଥିଲେ କିନ୍ତୁ ପରେ ସୁପ୍ରିମକୋର୍ଟ ଜାମିନ ଆଦେଶକୁ ଖାରଜ କରି ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ କି ପୀଡ଼ିତ ପକ୍ଷଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସୁଯୋଗ ଦେଇ ଜାମିନ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବାକୁ । ଏହାପରେ ହାଇକୋର୍ଟ ଜାମିନ ଆବେଦନ ଉପରେ ନୂଆ ଶୁଣାଣି କରିଥିଲେ ।

Related Posts