ସତରେ ଅନୁଭବ WOMENIZER, ALCHOLIC ?

ଭୁବନେଶ୍ବର: ସତ୍ୟପାଠ ବ୍ୟୁରୋ: ଘୋର ସଙ୍କଟରେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଇଜ୍ଜତ ଓ ଜନସମ୍ମାନ। କାରଣ ଅନୁଭବଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି ଯେ ସେ ଜଣେ ଅଭ୍ୟାସଗତ ମଦ୍ୟପ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଂସଦଙ୍କ ବିରୁଦ୍ଧରେ ଅଭିଯୋଗ ତାଙ୍କର ରାଜନୈତିକ ବିରୋଧୀ ଆଣିନାହାନ୍ତି, ବରଂ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ ଆଣିଛନ୍ତି। ସ୍ଵାମୀଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଅଦାଲତରେ ଅଭିଯୋଗର ଯେଉଁ ଲମ୍ବା ଚିଠା ଦେଇଛନ୍ତି ତାକୁ ଦେଖିଲେ ଅନୁଭବଙ୍କ ସାମାଜିକ ପ୍ରତିଷ୍ଠା ମାନ ମହତ ସବୁ ମାଟିରେ ମିଶିଯିବ।

ବର୍ଷାଙ୍କ ଅଭିଯୋଗ ମୁତାବକ ଅନୁଭବ ଜଣେ ଵ୍ୟଭିଚାରୀ ଓ ନିହାତି ଚରିତ୍ରହୀନ ବ୍ୟକ୍ତି। ଯାହାଙ୍କର ଫିଲ୍ମ୍ ଇଣ୍ଡଷ୍ଟ୍ରୀର ବହୁ ନାରୀଙ୍କ ସହ ଶାରିରୀକ ସମ୍ପର୍କ ରହିଛି ବୋଲି ଅଭିଯୋଗ କରିଛନ୍ତି ବର୍ଷା। ସ୍ଵାମୀ ଅନୁଭବଙ୍କ ଘରୋଇ ହିଂସା ଏବଂ ଶଶୁର ଘର ଲୋକଙ୍କ ଶାରିରୀକ ଓ ମାନସିକ ଅତ୍ୟାଚାରରେ ଅତିଷ୍ଠ ହୋଇ ବର୍ଷା ଛାଡପତ୍ର ଏବଂ ଭରଣପୋଷଣ ପାଇଁ କଟକ ଦୈାରା ଜଜ୍ କୋର୍ଟରେ ଆବେଦନ କରିଛନ୍ତି।

ସତ୍ୟପାଠ ପାଖରେ ପିଟିସନର କପି।

 

ନିଜ ସ୍ତ୍ରୀକୁବି ଛାଡ଼ିଲେନି ସାଂସଦ ଅନୁଭବ । ଉଭୟ ଶାରିରୀକ ଓ ମାନସିକ ନିର‌୍ୟାତନା ଦେଲେ । ନିର‌୍ୟାତନା ଏତେ ଦେଲେ ଯେ ଶେଷରେ କୋର୍ଟଙ୍କ ଦ୍ୱାରସ୍ତ ହେଲେ ପତ୍ନୀ । ପରିସ୍ଥିତି ଏପରି ହେଲା ଯେ ଭରଣପୋଷଣ ପାଇଁ ଅଦାଲତରେ ପହଞ୍ଚିଛନ୍ତି ବର୍ଷା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଉଭୟ ଶାରିରୀକ ଓ ମାନସିକ ନିର‌୍ୟ୍ୟାତନା ଦେଉଥିବା କହିଛନ୍ତି ଓଲିଉଡ୍ ହିରୋଇନ ବର୍ଷା । ଏସ୍‌ଡିଜେଏମ କଟକ ସଦର ଅଦାଲତରେ ନିଜର ଭରପୋଷଣ ପାଇଁ ଆବେଦନ କରିଛନ୍ତି ।

ସାଂସଦଙ୍କ ମହିଳାଙ୍କୁ ଅସମ୍ମାନ

ବିଜେଡିର ମାଆଙ୍କୁ ସମ୍ମାନ ନାରା ଉପରେ କେନ୍ଦ୍ରାପଡ଼ାର ବିଜେଡି ସାଂସଦଙ୍କ ପତ୍ନୀଙ୍କ ଶକ୍ତ ଚାପୁଡ଼ା । ମାଆ ମାଉସୀଙ୍କୁ ସମ୍ମାନ ଦେବା ତ ଦୂରର କଥା ନିଜ ସ୍ତ୍ରୀଙ୍କୁ ମଧ୍ୟ ଛାଡିଲେ ନାହିଁ ବିଜେଡି ସାଂସଦ । ଏବେ କୁହାଯାଉଛି ବିଜେଡି ମୁଖିଆଙ୍କ ନାରାରେ ସତ୍ୟତା ନାହିଁ ନା ବିଜେଡି ସାଂସଦଙ୍କ ଚରିତ୍ର ଠିକ୍ ନାହିଁ । ଯାହାଙ୍କ ପାଇଁ ଏବେ ପୂରା ଦଳ ବଦନାମ ହେବାରେ ଲାଗିଛି ପୂର୍ବରୁ ବହୁ କାରଣ ପାଇଁ ବିବାଦକୁ ଆସିଛନ୍ତି ଅନୁଭବ । କେଇ ମାସ ତଳେ ଅନୁଭବଙ୍କ ବିରୋଧରେ ଠିକ୍ ଏଭଳି ଅଭିଯୋଗ ଆଣିଥିଲେ ଜଣେ ମହିଳା । ଏହି ଘଟଣା ଥାନାକୁ ବି ଯାଇଥିଲା । ଯଦିଓ ସାଂସଦ ସେତେବେଳେ ତାଙ୍କର କ୍ଷମତା ବଳରେ ଏହାକୁ ଚପାଇବାରେ ସକ୍ଷମ ହୋଇଥିଲେ । ଏହାପରେ ପୁଣି ଦିଲ୍ଲୀର ଜଣେ ସାମ୍ବାଦିକାଙ୍କୁ ପ୍ରେମ ନିବେଦନ କରି ପୁଣି ବିବାଦକୁ ଆସିଥିଲେ । ଏବେ ପୁଣି ବର୍ଷାଙ୍କ ଏଭଳି ଅଭିଯୋଗ ଅନୁଭବଙ୍କ ଚରିତ୍ର ଉପରେ ସିଧାସଳଖ ଲଗାଇଛି ପ୍ରଶ୍ନ ଚିହ୍ନ ।

ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କ ସମ୍ପର୍କ ଅଛି: ବର୍ଷା

ସୂଚନା ଅନୁସାରେ ସିଆରଲ୍‌ଏମ୍‌ସି ନଂ ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ୍ ଓମେନଫ୍ରମ ଡୋମେଷ୍ଟିକ ଭାଓଲନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା କରିଛନ୍ତି । ଅଭିଯୋଗ ଫର୍ଦ୍ଦରେ ବର୍ଷା ନିଜ ସ୍ବାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି । ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ନିଜର ବନ୍ଧୁମାନଙ୍କ ସହ ମିଶି ବେଡ୍ ରୁମ୍‌ରେ ମଦ୍ୟପାନ କରନ୍ତି, ଏହାକୁ ବିରୋଧ କରିବାରୁ ବହୁବାର ବର୍ଷାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି ଅନୁଭବ । କେବଳ ଏତିକି ନୁହେଁ ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବାକଥା ମଧ୍ୟ କହିଛନ୍ତି ବର୍ଷା । ଏଥିପାଇଁ ବର୍ଷା ଘର ଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା ଓ କ୍ଷତିପୂରଣ ବାବଦକୁ ୧୩ କୋଟି ଓ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଦାବି କରିଛନ୍ତି ।

କଥାରେ ଅଛି ବିଭାଘର ଜନ୍ମ ଜନ୍ମର ସମ୍ପର୍କର ସେତୁ ହେଲେ ଅନୁଭବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି କିଛି ଭିନ୍ନକଥା । ବିଭାଘର ଅନୁଭବଙ୍କ ପାଇଁ ପାଲଟି ଯାଇଛି ଖେଳଘର । ଜଣେ ଅଭ୍ୟାସଗତ ମଦ୍ୟପ ଓ ନାରୀଲୋଭୀ ଭାବରେ ଶେଷରେ ନିଜ ଧର୍ମପତ୍ନୀ ଦେଇଛନ୍ତି ସାର୍ଟିଫିକେଟ. ଏଠାରେ ପ୍ରଶ୍ନ ଉଠୁଛି ସତରେ ତାହେଲେ କଣ ଅନୁଭବ ଜଣେ ଓମେନାଇଜର ଓ ଆଲକହଲିକ୍ ?

Related Posts