ବଗଲା ପଛରେ ବବି:ବିଜେପି

ସତ୍ୟପାଠ ( ବ୍ୟୁରୋ) ପୁରୀ ବଗଲା ଧର୍ମଶାଳା ବିବାଦରେ ସାମ୍ନାକୁ ଆସିଛି ନୂଆ ଟ୍ଵିଷ୍ଟ । ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ର ଜମି ଅଧିଗ୍ରହଣ ଓ ବଗଲା ଧର୍ମଶାଳା ଜମି ପ୍ଳଟିଂ ବିବାଦ ଘେରରେ ରେ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ପ୍ରଶାସନ ଘାଇଲା ହୋଇ ଥିବାବେଳେ ବିଜେପି ଆଉ ଏକ ସନ୍ ସନୀ ଆରୋପ ଉଠାଇଛି।


ବଗଲା ଓ ଶ୍ରୀମନ୍ଦିର ଜମି ଅଧିଗ୍ରହଣ କେଲେଙ୍କାରୀ ପଛରେ ବିଜେଡି ର କ୍ରାଇସିସ୍ ମେନେଜର ବବି ଦାସ ଙ୍କ ହାତ ଅଛି ବୋଲି ସ୍ଥାନୀୟ ବିଜେପି ନେତୃତ୍ୱ ଅଭିଯୋଗ କରିଛି।
ଆରମ୍ଭରୁ ବଗଲା ଧର୍ମଶାଳା ଜମି ପ୍ଲଟି° କରି ଜମିହରା ଲଜିଁ ମାଲିକଙ୍କୁ ଦେବା ନେଇ ପ୍ରସ୍ତାବ ନଥିଲା। ପରବର୍ତ୍ତୀ ସମୟରେ ବଗଲା ଜମି ହଡ଼ପ ର ବ୍ଲୁ ପ୍ରିଣ୍ଟ ବବି ଙ୍କ ଇସାରରେ ହୋଇଥିଲା ବୋଲି ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୁରୀ ଜିଲ୍ଲା ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର ଅଭିଯୋଗ କରିଛନ୍ତି।


ଉପରକୁ ଜିଲ୍ଲାପାଳ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ୫ ଟି ମୁଖ୍ୟ ପାଣ୍ଡିଆନ ଙ୍କୁ ବଦନାମ୍ କରାଯାଉଛି ମାତ୍ର ଭିତିରିଆ ସବୁ ନାଟ ର ଗୋବର୍ଦ୍ଧନ ହେଉଛନ୍ତି ବବି ଦାସ । ବବି ଙ୍କ ଇସାରାରେ ଜିଲ୍ଲାପାଳ ନାଚୁଛନ୍ତି। ଜମିଅଧିଗ୍ରହଣ ସଂକ୍ରାନ୍ତୀୟ ମିଟିଂ ରେ କାହା ସ୍ବାର୍ଥ ରେ ଓ କେଉଁ ଉଦ୍ଦେଶ୍ୟ ରେ ଜିଲ୍ଲାର କୌଣସି MLA ଙ୍କୁ ଡକା ନ ଯାଇ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ଡକାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଭଞ୍ଜନ।


ଏପରିକି ପୁରୀର ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବା ବିଜେଡି ର ପୁରୀର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତି ଙ୍କୁ ଜିଲ୍ଲାପାଳ ମିଟିଂ କୁ ଡାକୁ ନାହାନ୍ତି ଅଥଚ ବବି ଦାସଙ୍କୁ ସବୁ ବୈଠକକୁ ଡାକିବା ପଛର କାରଣ କଣ୍ ପୁରୀ ବାସୀ ସବୁ ଜାଣିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହାପାତ୍ର।
ବବି ଙ୍କ ବଗଲା ମିଶନ ସମ୍ପର୍କରେ ଆଉ ଏକ ସଙ୍ଗୀନ ତଥ୍ୟ ସାମନାକୁ ଆଣିଛନ୍ତି, – ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର । ବବି ଙ୍କ ଷ୍ଟ୍ରାଟେଜୀ ହେଲା ତାଙ୍କୁ ଦିନ ବା ସଞ୍ଜ ଆଲୁଅ ରେ ପୁରୀ ରେ କେହି ଦେଖିବେ ନାହିଁ। ରାତି ଅଧରେ ସରକାରୀ ଗେଷ୍ଟ୍ ହାଉସ୍ ଏବଂ ସର୍କିଟ ହାଉସ୍ ରେ ସବୁ ପ୍ଲାନ୍ କାର୍ଯ୍ୟକାରୀ ହୁଏ । ଏପରିକି କିଛି ଖାସ୍ ଲୋକଙ୍କୁ ଯେତେବେଳେ ଅଲଗା ଭେଟ ଘାଟ ଯୋଜନା ହୁଏ ଏବେ ବବି କୁଆଡେ ସ୍କୁଟର ରେ ଖାସ୍ ଲୋକଙ୍କ ସହ ଜା ଆ ନ୍ତି ଯାହାର ଟେର ଆଉ କେହି ପାଆନ୍ତି ନାହିଁ ବୋଲି ଚର୍ଚ୍ଚା ହେଉଛି।


ପୁରୀ କୁ ବବି ଙ୍କ ଅନ୍ଧାରୀ ବିଜେ ର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଭଞ୍ଜନ। ସର୍କିଟ ହାଉସ ଓ ସରକାରୀ ବଙ୍ଗଳାର CCTV ଫୁଟେଜ ଯାଞ୍ଚ କରାଗଲେ ଜମି ଅଧିଗ୍ରହଣ କେଳେଙ୍କାରୀ ର ମୁଖ୍ୟ କାର୍ପଟ୍ ଦାର ବବି କି ନୁହଁ ତାହା ପଡ଼ିଯିବ ବୋଲି ବିଜେପି ବରିଷ୍ଠ ନେତା ପ୍ରଭଞ୍ଜନ ବାବୁ କହିଛନ୍ତି।

ଖାଲି ସେତିକି ନୁହଁ, ଜମି ନେଣ୍ ଦେଣ୍ ରେ କୋଟି କୋଟି ଟଙ୍କାର ଭିତିରିଆ ମୂଲଚାଲ ହୋଇଛି ବୋଲି ସେ କହିଛନ୍ତି।
ବିଜେପି ର ସଙ୍ଗୀନ ଅଭିଯୋଗ ପରେ ଏଵଂ ବବି ଙ୍କ ସଂପୃକ୍ତି କଥା ଉଠିବା ପରେ ଏବେ ସନ୍ଦେହ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଚକର୍ ମାରିଲାଣି। କାରଣ ମିଡ଼ିଆ ଓ ପ୍ରଶାସନ ରେ ସମସ୍ତଙ୍କୁ ଜଣା ଯେ ବବି କାହାର ସାର୍ପ ସୁଟର୍ ?

Related Posts