
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ । ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ୍ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଚିଠି ସହ ଗୁଳି ପଠାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରର ସୁରକ୍ଷା ବଢାଇ ଦିଆଯାଇଛି । ସେପଟେ ଏହି ଧମକପୂର୍ଣ୍ଣ ଚିଠି ପଛରେ କାହା ହାତ ଅଛି ଜାଣିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ସେପଟେ ଇସ୍ରାଏଲ ପୋଲିସ କହିଛି ଯେ, ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ୍ଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଚିଠି ସହ ଗୁଳି ପଠାଯାଇଛି । ଏହି ମାମଲାରେ ସ୍ବତନ୍ତ୍ର ଅପରାଧ ଶାଖା ଏବଂ ସୁରକ୍ଷା ଏଜେନ୍ସୀ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଅନ୍ୟ ସୂଚନା ଗୋପନୀୟ ରଖାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।