ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ୍ ଙ୍କ ଭୋଟ୍ ଦେବା ପ୍ରସଙ୍ଗ: ନୋଟିସ୍ ର ରଖିଲେ ଜବାବ

ଭୁବନେଶ୍ବର : ଦଳୀୟ ନିର୍ଦ୍ଦେଶ ନମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ବିଧାୟକ ମହମ୍ମଦ ମୋକିମ୍ । ଏନେଇ ତାଙ୍କୁ ନୋଟିସ୍ କରାଯିବା ପରେ ଏବେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, ଦଳୀୟ ଫୋରମରେ ଜବାବ ରଖିଛି । କ’ଣ ଲେଖିଛି ଏବେ ସ୍ପଷ୍ଟ କରିପାରିବି ନାହିଁ ।

ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଉତ୍ତର ମିଳିଛି ହେଲେ ମୁଁ ତାକୁ ପଢିନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ୍ ନିଜ ଉତ୍ତରରେ କ’ଣ କହିଛନ୍ତି ପଢିବା ପରେ କ’ଣ ପଦକ୍ଷେପ ନିଆଯିବ ତାହା କହିବି ବୋଲି ସେ କହିଛନ୍ତି ।

ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମୋକିମଙ୍କ ଉତ୍ତର ବିଷୟରେ ହାଇକମାଣ୍ଡଙ୍କୁ ଜଣାଯିବ ।

Related Posts